ରାଜ୍ୟରେ ୧୦ ହଜାର ୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୦ ହଜାର ୫୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୫୯୪୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୫୭୬ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ସବୁଠୁ ଭୟାନକ ସ୍ଥିତି ରହିଛି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୭୭ ଜଣ, ସୁନ୍ଦରଗଡ଼ରୁ ୧୧୮୬ ଜଣ, କଟକରୁ ୯୬୩ ଜଣ,କଳାହାଣ୍ଡିରୁ ୫୭୧ ଜଣ,ବରଗଡ଼ରୁ ୫୪୩ ଜଣ, ସମ୍ବଲପୁରରୁ ୪୬୦ ଜଣ, ନବରଙ୍ଗପୁରରୁ ୪୦୪ ଜଣ, ଅନୁଗୁଳରୁ ୩୮୮ ଜଣ, ଯାଜପୁରରୁ ୩୭୩ ଜଣ,ପୁରୀରୁ ୩୧୯ ଜଣ, ଝାରସୁଗୁଡ଼ାରୁ ୩୧୪ ଜଣ, ନୂଆପଡ଼ାରୁ ୩୦୪ ଜଣ, ମୟୂରଭଞ୍ଜରୁ ୨୮୮ ଜଣ, ନୟାଗଡ଼ରୁ ୨୨୪ ଜଣ,ବୌଦ୍ଧରୁ ୨୫୦ ଜଣ, କେନ୍ଦୁଝରରୁ ୧୯୪ ଜଣ, ଜଗତସିଂହପୁରରୁ ୨୧୭ ଜଣ, କୋରାପୁଟରୁ ୧୮୨ ଜଣ, ଗଞ୍ଜାମରୁ ୧୬୯ ଜଣ, ଭଦ୍ରକରୁ ୧୫୮ ଜଣ, ରାୟଗଡ଼ାରୁ ୧୪୦ ଜଣ, ଗଜପତିରୁ ୧୩୩ ଜଣ,କେନ୍ଦ୍ରାପଡ଼ାରୁ ୧୨୧ ଜଣ, ସୋନପୁରରୁ ୧୧୨ ଜଣ, ଭଦ୍ରକରୁ ୯୭ ଜଣ,ଦେବଗଡ଼ ଓ ଢ଼େଙ୍କାନାଳରୁ ୮୮ ଜଣ ଲେଖାଏଁ, ମାଲକାନଗିିରିରୁ ୮୩ ଜଣ,କନ୍ଧମାଳରୁ ୭୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୨୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫ ଲକ୍ଷ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୧ ହଜାର ୫୮୫ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୪ ଲକ୍ଷ ୧୬ ହଜାର ୪୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Powered by Froala Editor