ଚାକିରିରେ ଯୋଗ ଦେବାର ଦିନକ ପରେ ନର୍ସଙ୍କ ଆତ୍ମହତ୍ୟା
ଚାକିରିରେ ଯୋଗ ଦେବାର ଗୋଟିଏ ଦିନ ପରେ ହିଁ ଆତ୍ମହତ୍ୟା କରିଛନ୍ତି ଜଣେ ନର୍ସ । ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଥିବା ଏ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କାନ୍ଥରେ ଝୁଲାଇ ଦେଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉନ୍ନାଓର ବଙ୍ଗରାମାଉ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ମୃତ ଯୁବତୀ ଜଣକ ଶୁକ୍ରବାର ନର୍ସିଂହୋମ୍ରେ ଯୋଗ ଦେଇଥିଲେ। ତେବେ ଚାକିରିରେ ଯୋଗ ଦେବାର ଦିନକ ପରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ତିନି ଜଣଙ୍କୁ ଦୋଷୀ କରାଯାଇଛି। ଏଫ୍ଆଇଆର୍ ରୁଜୁ କରି ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ଉନ୍ନାଓ ଅତିରିକ୍ତ ଏସ୍ପି ଶଶିଶେଖର ସିଂ କହିଛନ୍ତି, ‘ନ୍ୟୁ ଜୀବନ ହସ୍ପିଟାଲରେ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ତେବେ କିଭଳି ତାଙ୍କର ମୃତ୍ୟୁ ହେଲା ସେ ନେଇ ଜାଣିବା ପାଇଁ ପୋଷ୍ଟମର୍ଟମ ଲାଗି ନିର୍ଦ୍ଦେଶ ଦିଆଯାଇଛି। ତିନି ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଯଦି ଏଥିରେ ସେମାନଙ୍କ ସମ୍ପୃକ୍ତି ଥାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Powered by Froala Editor