୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି
ଚଳିତ ବର୍ଷ ଏପ୍ରିଲରେ ଅନୁଭୂତ ହୋଇଥିବା ତାତି ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୨୨ ବର୍ଷ ପରେ ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଏପ୍ରିଲ ମାସରେ ଏପରି ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଇଏମଡି ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦେଶର ଉତ୍ତର-ପୂର୍ବ, କେନ୍ଦ୍ରୀୟ ଓ ପଶ୍ଚିମଭାଗରେ ମେ ମାସରେ ବି ଗରମରୁ ନିସ୍ତାର ମିଳିବ ନାହିଁ । ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଆସୁଥିବା ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଓ ହରିଆଣାରେ ତାପମାତ୍ରା ସବୁଠାରୁ ଅଧିକ ରହିବ। ଦକ୍ଷିଣ ପେନିନସୁଲାର ଅଞ୍ଚଳକୁ ଛାଡ଼ି ଦେଲେ ଭାରତର ଅଧିକାଂଶ ସ୍ଥାନରେ ମେ’ ମାସର ରାତି ବେଳେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେବାର ଆଶଙ୍କା ରହିଛି। ସର୍ବଭାରତୀୟ ସ୍ତରରେ ହାରାହାରି ତାପାମାତ୍ରା ୩୦.୦୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ୧୨୨ ବର୍ଷ ମଧ୍ୟରେ ୪ର୍ଥ ସର୍ବାଧିକ। ମାର୍ଚ୍ଚ ମାସ ମଧ୍ୟରେ ତାତି ସବୁ ରେକର୍ଡ ଭାଙ୍ଗିଥିଲା। ୧୯୦୧ ମସିହା ପରେ ଚଳିତ ବର୍ଷ ମାର୍ଚ୍ଚ ସବୁଠାରୁ ଉତ୍ତପ୍ତ ମାସ ସାଜିଥିଲା। ସର୍ବଭାରତୀୟ ସ୍ତରରେ ଚଳିତ ଏପ୍ରିଲ ମାସରେ ହାରାହାରି ତାପମାତ୍ରା ୩୫.୦୫ ଡିଗ୍ରୀ ସେଲସିୟସ ଥିଲା, ଯାହାକି ୧୨୨ ବର୍ଷରେ ୪ର୍ଥ ସର୍ବାଧିକ ।”
Powered by Froala Editor