ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧି ଆଉ ୩ ମାସ ବୃଦ୍ଧି କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବାର୍ଷିକ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ଅବଧିକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି। ରାଜ୍ୟରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବା ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବରିଷ୍ଠ ନାଗରିକମାନେ କୋଭିଡ୍ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହୁଛି। ତେଣୁ ରାଜ୍ୟ ସରକାର ବାର୍ଷିକ ଲାଇଫ ସାର୍ଟିଫିକେଟ, ପୁନଃବିବାହ ସାର୍ଟିଫିକେଟ ଓ ନନ୍ ଏମ୍ପ୍ଲଏମେଣ୍ଟ ସାର୍ଟିଫିକେଟ ଦାଖଲ ଅବଧିକୁ ଆଉ ୩ମାସ ପାଇଁ ଅର୍ଥାତ୍ ୨୦୨୧ ଜୁନରୁ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଯେଉଁ ପେନସନଧାରୀ ଓ ପାରିବାରିକ ପେନସନଧାରୀମାନେ ନିଜର ବାର୍ଷିକ ଳାଇଫ ସାର୍ଟିଫିକେଟକୁ ସେମାନେ ପେନସନ ନେଉଥିବା ବ୍ୟାଙ୍କ ଅବା ଟ୍ରେଜେରୀ ପାଖରେ ଦାଖଲ କରିନାହାନ୍ତି ସେମାନେ ବିଶେଷ ଉପକୃତ ହେବେ।
ସୂଚନାଯୋଗ୍ୟ, ସରକାର ପ୍ରଥମେ ଗତବର୍ଷ ମାର୍ଚ୍ଚ ଓ ପରେ ଅଗଷ୍ଟ ମାସରେ ଏହି ଲାଇଫ ସାର୍ଟିଫିକେଟ ଦାଖଲ ଅବଧିକୁ ବୃଦ୍ଧି ସହ ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ବ୍ୟକ୍ତିଗତ ହାଜର ନିୟମକୁ କୋହଳ କରିଥିଲେ। ଲାଇଫ ସାର୍ଟିଫିକେଟ ଦାଖଲ ଅବଧି ଆସନ୍ତା ମେ’ ମାସ ରହିଥିଲା । ଯାହାକୁ ପୁଣି ବୃଦ୍ଧି କରିଛନ୍ତି ସରକାର ।
Powered by Froala Editor