ପରିବାରିକ କଳହ: ରାଜଧାନୀରେ ସ୍ତ୍ରୀ’କୁ ପିଟିପିଟି ମାରିଦେଲା ସ୍ୱାମି

ଭୁବନେଶ୍ୱର: ଅପରାଧର ହବ୍ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ଦିନକୁ ହତ୍ୟା, ଲୁଟ, ଚୋରୀ, ଆତ୍ମହତ୍ୟା, ଦୁର୍ନୀତିର ମାତ୍ରା ବଢିବାରେ ଲାଗିଛି । ସାମାନ୍ୟ ପରିବାରିକ କଳହ ଏତେ ଭୟଙ୍କର ରୂପ ନେଉଛି ଯେ, ଅକାଳରେ ଚାଲିଯାଉଛି ଅନେକ ନିରିହ ଜୀବନ । ଯେଉଁଥିପାଇଁ ସାରା ଜୀବନ ପସ୍ତେଇବାକୁ ପଡୁଛି । ନିକଟରେ ରାଜଧାନୀର ଏକ ଦମ୍ପତି ନିଜ ଝିଅକୁ ମାରି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିବାବେଳେ ଆଜି ପୁଣି ପାରିବାରିକ ବିବାଦର ଭୟଙ୍କର ପ୍ରତିଫଳନ ଦେଖିବାକୁ ମିଳଛି ।
ପାରିବାରିକ ବିବାଦ ଯୋଗୁଁ ସାତଜନ୍ମର ସାଥି ହେବାକୁ କଥା ଦେଇଥିବା ସ୍ୱାମି ରାକ୍ଷସ ପାଲଟି ନିଜ ସ୍ତ୍ରୀ’କୁ ପିଟିପିଟି ମାରିଦେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ସହୀଦନଗର ଥାନା ÷ଅନ୍ତର୍ଗତ ବାସୁଆଘାଇ ଅଂଚଳରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ୍ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପଚରାଉଚରା ଜାରି ରଖିବା ସହ ଘଟଣାର ତଦନ୍ତ କରୁଛି ।
Powered by Froala Editor