ଅଲଗା ହେବେ ବିଲ ଓ ମାଲିଣ୍ଡା ଗେଟସ, କାହିଁକି ଜାଣନ୍ତୁ ?
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଚର୍ଚ୍ଚିତ ଧନୀ ଦମ୍ପତି ବିଲ ଗେଟସ ଓ ମେଲିଣ୍ଡା ଗେଟସ ନିଜ ୨୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ବିଷୟରେ ବିଲ ଗେଟସ ନିଜେ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି । ବିଲ ଗେଟସ ହେଉଛନ୍ତି ମାଇକ୍ରୋସଫଟର ପ୍ରତିଷ୍ଠାତା ଓ ବିଶ୍ୱର ଚତୁର୍ଥ ବଡ଼ ଧନୀ । ତେବେ ‘ବିଲ ଆଣ୍ଡ ମେଲିଣ୍ଡା ଗେଟସ ଫାଉଣ୍ଡେସନ’ ଜରିଆରେ ସାରା ବିଶ୍ୱରେ ସେମାନେ ଯେଉଁ ଦାତବ୍ୟ କାର୍ଯ୍ୟ କରୁଛନ୍ତି ତାହାକୁ ମିଳିତ ଭାବେ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିଛି ମାସ ପୂର୍ବରୁ ଆମାଜନର ମୁଖ୍ୟ ଜେଫ ବେଜୋସ ଓ ତାଙ୍କ ପତ୍ନୀ ମାକେଞ୍ଜି ସ୍ପଟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଜଣେ ଟିଭି ଉପସ୍ଥାପିକାଙ୍କ ସହ ଜେଫଙ୍କ ଲୁଚାଛପା ପ୍ରେମ ହିଁ ବିବାହ ବିଚ୍ଛେଦର ପ୍ରମୁଖ କାରଣ ଥିଲା । କିନ୍ତୁ ବିଲ ଗେଟସଙ୍କ ବିବାହ ବିଚ୍ଛେଦର କାରଣ କଣ ତାହା ଜଣାପଡ଼ିନାହିଁ । ବିଲ ଗେଟସ ଟ୍ୱିଟରରେ ଲେଖିଛନ୍ତି ଯେ ବହୁତ ଭାବିବା ପରେ ଏବଂ ସମ୍ପର୍କକୁ ନେଇ ଅନେକ ବିଚାର କରିବା ପରେ ଆମେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଗତ ୨୭ ବର୍ଷ ଭିତରେ ଆମେ ତିନି ସନ୍ତାନଙ୍କ ଲାଳନପାଳନ କରିଛୁ ଏବଂ ଏକ ଫାଉଣ୍ଡେସନ ଗଠନ କରିଛୁ ଯାହା ସାରା ବିଶ୍ୱରେ ଲୋକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି ।
Powered by Froala Editor