ଏନର୍ଜି ଡ୍ରିଙ୍କ୍ ପିଇ ୬ ବର୍ଷର ଶିଶୁ ମୃତ

ଏନର୍ଜି ଡ୍ରିଙ୍କ ପିଇ ଜଣେ ୬ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଉତ୍ତର-ପୂର୍ବ ମେକ୍ସିକୋରେ ଏଭଳି ଘଟଣା ଘଟିଛି ।
ଦି ମିରର୍ର ରିପୋର୍ଟ ଅନୁସାରେ, ଉତ୍ତର-ପୂର୍ବ ମେକ୍ସିକୋର ମାଟାମୋରୋସରେ ୬ ବର୍ଷର ଶିଶୁ ଫ୍ରାନ୍ସିସକୋ ସରଭାନଟେସ୍ ଗୋଟିଏ ଗ୍ଲାସ୍ ଏନର୍ଜି ଡ୍ରିଙ୍କ ପିଇବା ଯୋଗୁଁ ମୃତ୍ୟୁ ହୋଇଛି । ପିଲାଟି ଗତ ୧୬ତାରିଖରେ ନିଜ ଜେଜେମା ଘରକୁ ଯିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଫ୍ରାନ୍ସିସକୋ ସରଭାନଟେସ୍ଙ୍କୁ ଶୋଷ ଲାଗିବାକୁ ସେ ଗୋଟିଏ ଗ୍ଲାସ୍ ଏନର୍ଜି ଡ୍ରିଙ୍କ୍ ପିଇଦେଇଥିଲେ । ଏନର୍ଜି ଡ୍ରିଙ୍କ୍ ପିଇବା ପରେ ତାଙ୍କୁ ବିଚଳିତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର ହୃଦଘାତ ହେବା ସହ ବ୍ରେନ୍ ଡେଡ୍ ହୋଇଯାଇଛି ବୋଲି ଡାକ୍ତର କହିଥିଲେ । ଏହାପରେ ଫ୍ରାନ୍ସିସକୋ ୬ ଦିନ ଯାଏଁ କୋମାରେ ରହିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଛି । ଫ୍ରାନ୍ସିସକୋଙ୍କର ଆଗରୁ କେଉଁ ରୋଗ ଥିଲା କି ନାହିଁ ତାହା ଜଣାପଡିନାହିଁ । ଏନଏଚଏସ ସହ ସ୍ବାସ୍ଥ୍ୟ ବିଶେଷଜ୍ଞ ଛୋଟପିଲାଙ୍କୁ ଏନର୍ଜି ଡ୍ରିଙ୍କ୍ ପିଇବାକୁ ନଦେବାକୁ ପରାମର୍ଶ ଦେଇଛନ୍ତି ।
Powered by Froala Editor