ଭାରତ ବିରୋଧି ମିଥ୍ୟା ଖବର ପ୍ରସାରଣ ଅଭିଯୋଗ : ବନ୍ଦ ହେଲା ୧୬ ୟୁଟ୍ୟୁବ ଚ୍ୟାନେଲ
ଭାରତ ସରକାର ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରି ଦେଇଛନ୍ତି । ଭାରତ ବିରୋଧି ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ୬ ପାକିସ୍ତାନୀ ୟୁ ଟ୍ୟୁବ୍ ଚ୍ୟାନେଲ ସହିତ ମୋଟ ୧୬ ଟି ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ବିଭାଗ ବ୍ଲକ୍ କରିଛି । ଏହି ୧୬ ଚ୍ୟାନେଲର ଭାରତରେ ୬୮ କୋଟି ଭ୍ୟୁୟର ଥିଲେ । ଏହି ଚ୍ୟାନେଲ ସବୁ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିଲେ । ଦେଶର ସୁରକ୍ଷା ପ୍ରତି ମଧ୍ୟ ଏହି ୧୬ ୟୁଟ୍ୟୁବ୍ ଚ୍ୟାନେଲ ବିପଦ ଥିଲେ ବୋଲି ସୂଚନା ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି ।
ଭାରତ ସରକାରଙ୍କ ସୂଚନା ଅନୁଯାୟୀ, ଏସବୁ ୟୁଟ୍ୟୁବ୍ ଚ୍ୟାନେଲ ଭାରତରେ ଭୟ ସୃଷ୍ଟି କରିବା, ସାଂପ୍ରଦାୟିକ ବିଦ୍ୱେଶକୁ ଉସକାଇବା ଓ ସାର୍ବଜନିକ ବ୍ୟବସ୍ଥାକୁ ବିଗାଡିବା ଲାଗି ମିଥ୍ୟା, ଅସତ୍ୟ ତଥ୍ୟ ପ୍ରଚାର କରୁଥିଲେ । ଏହି ୧୬ ୟୁଟ୍ୟୁବ୍ ଚ୍ୟାନେଲର ଦର୍ଶକଙ୍କ ସଂଖ୍ୟା ୬୮ କୋଟିରୁ ଅଧିକ ବୋଲି ଜଣାପଡିଛି । ଏହି ସମସ୍ତ ଚ୍ୟାନେଲ ଆଇଟି ଆଇନ୍ ୨୦୨୧ ଅନୁସାରେ ସରକାରଙ୍କୁ କୌଣସି ସୂଚନା ଦେଇନଥିଲେ । ଏଭଳି ଚ୍ୟାନେଲଙ୍କ ପାଇଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ସାମାଜିକ ସଦଭାବ ବାଧିତ ହେବାର ଥିଲା । ତେଣୁ ଏହି ସବୁ ଚ୍ୟାନେଲକୁ ବ୍ଲକ୍ କରାଯାଇଛି ।
Powered by Froala Editor