ଧାରଣାରୁ ଖସିଲା, ପ୍ଲାଟଫର୍ମ ଭାଙ୍ଗି ଚଢ଼ିଗଲା ଟ୍ରେନ୍
ଚେନ୍ନାଇରେ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏକ ଲୋକାଲ ଟ୍ରେନ୍ । ଦକ୍ଷିଣ ରେଲଓ୍ବେ ସୂତ୍ରରୁ ପ୍ରକାଶ ଯେ, ଏକ ଖାଲି ଇଲେକ୍ଟ୍ରିକ୍ ମଲ୍ଟିପଲ୍ ୟୁନିଟ୍(ଇଏମ୍ୟୁ)କୁ ୟାର୍ଡରୁ ପ୍ଲାଟଫର୍ମକୁ ନିଆଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଇଏମ୍ୟୁକୁ ବ୍ୟସ୍ତବହୁଳ ବିଚ୍-ତାମ୍ବରମ୍ ମାର୍ଗ ପଟକୁ ନିଆଯାଉଥିଲା । ବ୍ରେକ୍ ଫେଲ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଉପଯୁକ୍ତ ସ୍ତରରେ ଅନୁସନ୍ଧାନ କରାଯିବ ବୋଲି ଦକ୍ଷିଣ ରେଲଓ୍ବେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଏସ୍. ଗଣେଶ୍ବର କହିଛନ୍ତି ।
ସେ କହିଛନ୍ତି ଯେ, ସେଡ୍ ଲାଇନ୍ରୁ ପ୍ଲାଟଫର୍ମ ୧କୁ ଏକ ଖାଲି ଇଏମ୍ୟୁ ର୍ୟାକ୍କୁ ନିଆଯାଉଥିବା ସମୟରେ ଏହି ର୍ୟାକ୍ ପ୍ଲାଟଫର୍ମ ବଫର ଏଣ୍ଡକୁ ଭାଙ୍ଗି ଆଗକୁ ଯାଇଥିଲା । ଟ୍ରେନ୍ ପ୍ଲାଟଫର୍ମ ୧କୁ କ୍ଷତିଗ୍ରସ୍ତ କରିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ରେଲଓ୍ବେ ସୂତ୍ରରୁ ଜଣାପଡିଛି । ସେ କହିଛନ୍ତି, ର୍ୟାକ୍ ସମ୍ପୂର୍ଣ୍ଣ ଭାବେ ଖାଲି ଥିଲା । ସେଥିରେ କୌଣସି ଯାତ୍ରୀ ନଥିଲେ ।
Powered by Froala Editor