ଏହିସବୁ ରୋଗର ସଂକେତ ଦେଇଥାଏ ନଖ
ଆମ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଆମ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ମଧ୍ୟ ଦେଇଥାଏ । ଆଖି, ଚର୍ମ, ନଖ, ମାଂସପେଶୀରୁ ଡାକ୍ତରମାନେ ଅନେକ ରୋଗର ନିଦାନ କରିପାରିଥା’ନ୍ତି । ସାଧାରଣତଃ ନଖରୁ ମଧ୍ୟ ଆମେ ବହୁପ୍ରକାର ଜିନିଷ ବିଷୟରେ ଜାଣିପାରିବା । ବିଶେଷକରି ଲିଭର, ହାର୍ଟ, ପେଟଜନିତ ସମସ୍ୟା ବିଷୟରେ ମଧ୍ୟ ଜଣାପଡ଼ିଥାଏ । ଏକଥା ଆମେ କହୁ ନାହୁଁ,ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏଭଳି ମତପ୍ରକାଶ କରିଛନ୍ତି ।
ଏଇ ଯେମିତି, ଗୋଡ଼ ଫୁଲିବା ଦ୍ୱାରା ଆମେ କିଡ଼୍ନି ରୋଗ ଜନିତ ସମସ୍ୟା ବୋଲି ଜାଣିପାରୁ ,ସେହିପରି ନଖରୁ ମଧ୍ୟ ଆମେ ରୋଗ ବିଷୟରେ ଜାଣିପାରିବା । ସ୍ୱାସ୍ଥ୍ୟର ସଙ୍କେତ ହେଉଛି ସୁସ୍ଥ ନଖ । ନଖ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ । କୁହାଯାଏଯେ, ନଖ ସୁସ୍ଥ ରହିବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ଏବଂ ଆରୋଗ୍ୟ ରହିଥାଏ । ଆୟୁର୍ବେଦିକ ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିର ନଖକୁ ଦେଖି ଲିଭର୍, ହାର୍ଟ ଏବଂ ପଞ୍ଜରା ଜନିତ ରୋଗର ଚିହ୍ନଟ କରାଯାଇପାରିବ । ଯଦି ଆପଣଙ୍କର ନଖର ରଙ୍ଗ ଅତ୍ୟଧିକ ଧଳା ଦେଖାଯାଉଥାଏ,ତେବେ ଏହା ଲିଭର୍ ଜନିତ ସମସ୍ୟାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ନଖ ହଳଦିଆ ଦେଖାଯାଉଥାଏ, ତେବେଏହା ଫଙ୍ଗଲ୍ ଇନଫେକ୍ସନର କାରଣ ହୋଇଥାଇପାରେ । ବିଶେଷକରି କିଛି କ୍ଷେତ୍ରରେ ଏହା ଥାଇରୟଡ, ହାର୍ଟ ଜନିତ ରୋଗ ଏବଂ ଡ଼ାଇବେଟିସ୍ ଭଳି ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଯଦି ନଖର ରଙ୍ଗ ନୀଳ ପଡ଼ିଯାଉଥାଏ, ତେବେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମିଳୁନଥିବା ସୂଚନା ଦେଇଥାଏ । ଶୁଷ୍କ ଏବଂ ଭଙ୍ଗା ନଖ ଖରାପ ପୋଷଣକୁ ବୁଝାଇଥାଏ । ଏହାସହ ସେଥିରୁ ଥାଇରୟଡ଼୍ ରୋଗର ମଧ୍ୟ ସୂଚନା ଦେଇଥାଏ । ଯଦି ନଖର ରଙ୍ଗ କଳା ପଡ଼ିଯାଉଥାଏ, ତେବେ ଏହା କ୍ୟାନ୍ସର ଭଳି ଘାତକ ରୋଗର ସଙ୍କେତ ଦେଇଥାଏ ।
Powered by Froala Editor