ମୋ ବସ୍ ସେବା ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କରୋନା ଚେନକୁ ଭାଙ୍ଗିବା ପାଇଁ ଆଜି ଠାରୁ ଲକଡାଉନ ବା ତାଲାବନ୍ଦ ଆରମ୍ଭ ହୋଇଛି । ଏହି ତାଲାବନ୍ଦ ଯୋଗୁଁ ଆଜିଠାରୁ ୧୯ ତାରିଖ ପର୍ୟ୍ୟନ୍ତ ମୋ ବସ୍ ସେବା ବନ୍ଦ ରହିବ। ଏ ସଂକ୍ରାନ୍ତରେ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ବାହାର ରାଜ୍ୟରୁ ରେଳ ଏବଂ ବିମାନ ଦ୍ୱାରା ଫେରୁଥିବା ଲୋକଙ୍କ ପାଇଁ ମୋ ବସ୍ ସେବା ପ୍ରଦାନ କରିବ। ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରୁ ଯାତ୍ରୀଙ୍କୁ ଖୋର୍ଦ୍ଧା ଓ କଟକରେ ଛାଡ଼ିବା ପାଇଁ ମୋ ବସ୍ ବ୍ୟବସ୍ଥା କରାଯାଇଛି। ବିମାନ ଦ୍ୱାରା ଆସୁଥିବା ଯାତ୍ରୀ ମାଷ୍ଟରକ୍ୟାଣ୍ଟିନ୍ ରେଳ ରହଣିସ୍ଥଳକୁ ଆସିବା ପାଇଁ ବିମାନ ବନ୍ଦରରେ ମୋ ବସ୍ ରହିବ।
ଯାତ୍ରୀମାନେ ମୋ ବସ୍ ଯୋଗ ମାଷ୍ଟରକ୍ୟାଣ୍ଟିନକୁ ଆସିପାରିବେ। ସେଠାରୁ ଯାତ୍ରୀ ମୋ ବସ୍ ଯୋଗେ ଖୋର୍ଦ୍ଧା ଏବଂ କଟକ ଯାଇପାରିବେ। କିନ୍ତୁ ଅନ୍ୟ ସମସ୍ତ ରୁଟ୍’ରେ ମୋ ବସ୍ ସେବା ବନ୍ଦ ରହିବ।
Powered by Froala Editor