ପୁତ୍ର ସନ୍ତାନର ମା’ ହେଲେ କାଜଲ
ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ମା’ ହୋଇଛନ୍ତି। ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ଏହି ଖୁସି ଖବର ଶୁଣି କାଜଲ୍ଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଏପର୍ଯ୍ୟନ୍ତ କାଜଲ ଏବଂ ତାଙ୍କ ସ୍ବାମୀ ଗୌତମ ଦୁହେଁ ଏ ବିଷୟରେ କୌଣସି ପ୍ରକାରର ସୂଚନା ଦେଇ ନାହାନ୍ତି । କିନ୍ତୁ କାଜଲଙ୍କ ଭଉଣୀ ନିଶା ଅଗ୍ରୱାଲ ଏହି ଖବରକୁ ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, କାଜଲ ଉଭୟ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି । ସେ ତେଲୁଗୁ, ତାମିଲ ଓ ହିନ୍ଦୀରେ ୫୦ରୁ ଅଧିକ ଫିଲ୍ମ କରିଛନ୍ତି। କାଜଲ ଓ ଗୌତମଙ୍କ ବାହାଘର ୨୦୨୦ ଅକ୍ଟୋବର ୩୦ ତାରିଖରେ ହୋଇଥିଲା। ୨୦୨୨ ଜାନୁଆରୀ ୧ ତାରିଖରେ କାଜଲ ଗର୍ଭବତୀ ଥିବା ଜଣାପଡ଼ିଥିଲା। କାଜଲ ଓ ତାଙ୍କ ସ୍ବାମୀ ଏହି ଘୋଷଣା କରିଥିଲେ।
ଦମ୍ପତ୍ତି ପୁତ୍ର ସନ୍ତାନର ବାପା ମାଆ ହେବା ପରେ ବହୁତ ଖୁସି ଅଛନ୍ତି। ଏହା ବ୍ୟତୀତ କାଜଲ୍ ଗର୍ଭବସ୍ଥା ବେଳେ ସେହି ସମୟକୁ ଖୁବ୍ ଉପଭୋଗ କରୁଥିଲେ। ସୋସିଆଲ୍ ମିଡିଆରେ ଗର୍ଭବସ୍ଥାକୁ ନେଇ କିଛି ନା କିଛି ଫଟୋ ସେୟାର ମଧ୍ୟ କରୁଥିଲେ।
Powered by Froala Editor