ଦୀପିକା ପାଦୁକୋନ କରୋନା ସଂକ୍ରମିତ
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ସଂକ୍ରମିତ ବୋଲି ଜଣାପଡିଛି । ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ପୂର୍ବରୁ ପିତା ପ୍ରକାଶ ପାଦୁକୋନ, ମାଆ ଉଜାଲା ପାଦୁକୋନ ଓ ଭଉଣୀ ଅନୀଷା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ । ପରିବାର ଲୋକଙ୍କୁ ଭେଟିବାକୁ ଦୀପିକା ବାଙ୍ଗାଲୋର ଯାଇଥିଲେ ।
ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଜାରି ରହିଛି । ଏହା ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି । କରୋନା ଭାଇରସର ଦ୍ୱିତୀୟ ଲହର ଅନେକ ଲୋକଙ୍କୁ କବଳିତ କରୁଛି। ଅନେକ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ନିଜ ପରିବାର ସହ ବେଙ୍ଗାଲୁରୁରେ ଅଛନ୍ତି ।
Powered by Froala Editor