ମାମଲା ରୁଜୁ କରିବାକୁ ପୋଲିସ ଷ୍ଟେସନ ଯିବାକୁ ପଡ଼ିବନି: ପୋଲିସ ଖୋଦ୍ ଘରକୁ ଯିବେ

୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ଲକ୍ଡାଉନ୍ । ୧୪ ଦିନିଆ ଲକ୍ଡାଉନ୍ ମେ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ଏହାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଏହି ସମୟରେ ଘରୁ ଯାଇ ଅଭିଯୋଗ ଗ୍ରହଣ କରିବ ପୁଲିସ । ସଂକ୍ରମଣ ସମୟରେ ଅପରାଧିକ ମାମଲାର ଅଭିଯୋଗ ପାଇଁ ଲୋକଙ୍କୁ ଘରୁ ବାହାରିବାକୁ ପଡିବନି । ନିଜେ ଖୋଦ୍ ପୋଲିସ ଯାଇ ଲୋକଙ୍କୁ ଘରୁ ଅଭଯୋଗ ଗ୍ରହଣ କରିବା ସହିତ ଅନଲାଇନ ଜରିଆରେ ମାମଲା ରୁଜୁ କରି ଛାନଭିନ୍ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
ସାରା ରାଜ୍ୟରେ ଏବେ ସଂକ୍ରମଣ ବଢିବାକୁ ଚାଲିଛି । ଆସନ୍ତାକାଲିଠୁ ରାଜ୍ୟରେ ଲକଡାଉନ୍ ମଧ୍ୟ ଲାଗିବାକୁ ଯାଉଛି । ଏପରି ସମୟରେ ପୋଲିସ ଲୋକଙ୍କ ଅଭିଯୋଗ ଶୁଣିବାକୁ ଏପରି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଏହାସହ କଦାପି ତଦନ୍ତ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୁଲିସ ଡିସିପି ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆସନ୍ତାକାଲିଠୁ ଲକଡାଉନ୍ ଲାଗିବାକୁ ଥିବାରୁ ଅମାନିଆଙ୍କୁ ସତର୍କ କରାଇଦେଇଛନ୍ତି ଡିସିପି । ସମସ୍ତେ ନିୟମ ମାନି ରୁହନ୍ତୁ, ନିୟମ ଭାଙ୍ଗିଲେ ପୁଲିସ କାଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କୌଣସି ନିହାତି ଆବଶ୍ୟକ ଅଛି, ତେବେ ପୁଲିସର ଅନୁମତି ନେଇ ଲୋକମାନେ ନିଜ କାମ କରିପାରିବେ । ଏଥିପାଇଁ ୧୦୦ ଡାଏଲ୍ କରି ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି ।
Powered by Froala Editor