ବଡ ଖବର: ଏଥର ମାତ୍ର ୧୦ ଦିନ ଖରାଛୁଟି

ଭୁବନେଶ୍ୱର: ପାଠପଢା ପାଇଁ ସ୍କୁଲରେ କାଟଛାଣ୍ଟ ନିଷ୍ପତ୍ତି ହୋଇଛି । ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରା ଛୁଟି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ । ତେଣୁ ସକାଳୁଆ ସ୍କୁଲରେ ସମୟ ସାରଣୀରେ ପରିବର୍ତ୍ତନ ହୋଇଛି । ମେ ପହିଲାରୁ ଜୁନ ୫ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ଯାଏ ସ୍କୁଲରେ ପାଠପଢା ହେବ । ଏପ୍ରିଲ୍ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ୍ ପ୍ରମୋସନ୍ ସରିବ । ସେହିପରି ଏପ୍ରିଲ୍ ୨୦ରୁ ୩୦ ପ୍ରଥମରୁ ନବମ ନୂଆ ଆଡମିଶନ ଓ ରିଆଡମିଶନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ ଏବର୍ଷ ଏପ୍ରିଲ ବଦଳରେ ମେ’ ମାସଠାରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଗ୍ରୀଷ୍ମ ଛୁଟି ମଧ୍ୟ ହ୍ରାସ କରାଯିବ । ପ୍ରତିବର୍ଷ ମେ’ ୬ରୁ ଜୁନ୍ ୧୭ ପର୍ଯ୍ୟନ୍ତ ସ୍କୁଲଗୁଡିକରେ ଗ୍ରୀଷ୍ମ ଛୁଟି ହେଉଥିଲା । ମାତ୍ର ଲଗାତାର ଦୁଇବର୍ଷ ହେଲା କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ସରକାରୀ ସ୍କୁଲଗୁଡିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୌପଚାରିକ ଭାବେ କୁହାଯାଇଛି । ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ବୁଝାଯାଇଛି ।
Powered by Froala Editor