ସକାଳୁଆ ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ

ଭୁବନେଶ୍ୱର: ଖରାଛୁଟି ଓ ସକାଳୁଆ ସ୍କୁଲ ସମୟ ସାରଣୀ ସମ୍ପର୍କରେ ଆସିଲା ବଡ଼ ଖବର । ଚଳିତ ବର୍ଷ ପାଠ ପଢା ପାଇଁ ସ୍କୁଲରେ ଖରାଛୁଟିକୁ କାଣ୍ଟଛାଟ କରାଯାଇଛି । ମାତ୍ର ୧୦ ଦିନ ମିଳିବ ଖରାଛୁଟି । ଜୁନ ୬ରୁ ଜୁନ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିଦେ୍ର୍ଧଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ ।
ତେବେ ସକାଳୁଆ ସ୍କୁଲ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ମେ’ ପହିଲାରୁ ଜୁନ ୫ ପର୍ଯ୍ୟନ୍ତ ସକାଳ ୬ରୁ ୯ଟା ଯାଏଁ ସ୍କୁଲ ଚାଲିବ । ଏପ୍ରିଲ ୨୦ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ଶେଷ ହେବ ବୋଲି ଜଣାଯାଇଛି । ଏପ୍ରିଲ ୨୦ରୁ ୩୦ ମଧ୍ୟରେ ପ୍ରଥମରୁ ନବନ ଶ୍ରେଣୀ ପାଇଁ ନୂଆ ଆଡମିଶନ ଓ ରି-ଆଡମିଶନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
କରୋନା ପାଇଁ ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଗଭୀର ପ୍ରଭାବ ପଡ଼ିଛି । ପୂରାପୂରି ଦୁଇଟି କ୍ଲାସ୍ରେ ଶିକ୍ଷାଗ୍ରହଣ କରିପାରିନାହାନ୍ତି ଛାତ୍ରଛାତ୍ରୀ । ଅନେକ ତ ସେହି ଦୁଇବର୍ଷରେ କ’ଣ ବିଷୟ ରହିଥିଲା ତାହା ବି ଜାଣିନାହାନ୍ତି । ଯାହାଦ୍ୱାରା ବର୍ତ୍ତମାନ ସେମାନେ ପାଠ ଧରିପାରୁନାହାନ୍ତି । ଦୁଇବର୍ଷ ପରେ ପଞ୍ଚମ ଶ୍ରେଣୀକୁ ଆସିଥିବା ପିଲାମାନେ ତୃତୀୟ ଶ୍ରେଣୀର ପାଠ କରିପାରୁନାହାନ୍ତି । ତେଣୁ ସେମାନଙ୍କର ଏହି କ୍ଷତିକୁ ଭରଣା କରିବା ପାଇଁ ଏବର୍ଷ ଗ୍ରୀଷ୍ମ ଛୁଟି କାଟ୍ ହୋଇଛି । ମାତ୍ର ୧୦ ଦିନର ଗ୍ରୀଷ୍ମ ଛୁଟି ମିଳିବ ।
Powered by Froala Editor