ଏହି ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼
ଭୁବନେଶ୍ୱର: ପୁଣି ଟାର୍ଗେଟରେ ମନ୍ତ୍ରୀ ଅରୁଣ ସାହୁ । ଏବେ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି । ଦୁଇଟି ପ୍ରସଙ୍ଗକୁ ନେଇ ଶନିବାର ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥ ବାସଭବନକୁ ଟମାଟୋ ମାଡ଼ କରାଯାଇଛି । ବାସଭବନ ଘେରାଉ ବେଳେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଟମାଟୋ ମାଡ଼ କରାଯାଇଛି ।
ଫେକ ସାର୍ଟିଫିକେଟରେ ଆଡମିଶନକୁ ବିରୋଧ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଏଥିସହ ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମରେ କଟକଣାକୁ ନେଇ ମଧ୍ୟ ବିକ୍ଷୋଭ କରାଯାଇଥିଲା ।
ଆଉ ଏହି ବିକ୍ଷୋଭ ବେଳେ ଛାତ୍ର କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିଲେ ।
Powered by Froala Editor