ପୁରୀ ସମୁଦ୍ରରେ ବୁଡ଼ିଗଲେ ୩ ପର୍ୟ୍ୟଟକ
ପୁରୀ: ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୩ ପର୍ୟ୍ୟଟକ । ସେଥି ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଏବେ ନିଖୋଜ ଥିବା ପର୍ୟ୍ୟଟକଙ୍କୁ ଖୋଜୁଛନ୍ତି ପୁରୀ ବିଚରେ ଉଦ୍ଧାରକାରୀ ଦଳ ।
ଉଦ୍ଧାର ହୋଇଥିବା ଦୁଇ ପର୍ୟ୍ୟଟକ ହେଲେ ନିଶାନ୍ତ ଗୋୟଲ ଓ ହିମାଂଶୁ କୁମାର । ଏହି ଦୁଇ ପର୍ୟ୍ୟଟକ ହେଉଛନ୍ତି ଝାଡ଼ଖଣ୍ଡର ଦୁଲତିନଗାଁଞ୍ଜା ଅଞ୍ଚଳର । ଉଚ୍ଚ ଜୁଆର ଯୋଗୁ ପର୍ୟ୍ୟଟକ ମାନେ ସମୁଦ୍ର ଗାଧୋଇବା ବେଳେ ପାଣି ଭିତରକୁ ଚାଲି ଯାଇଥିଲେ । ତେବେ ବିଚରେ ଥିବା ଲାଇଫ ଗାର୍ଡ ମାନେ ଉଧାର କରିଥିଲେ । ତେବେ ନିଖୋଜ ଥିବା ପର୍ୟ୍ୟଟକ ଜଣକ ହେଉଛନ୍ତି ବାଲେଶ୍ଵରର ବଂଶୀଧର ବେହେରା । ତାଙ୍କୁ ଖୋଜା ଖୋଜି ଜାରି ରହିଛି ।
Powered by Froala Editor