ରାଜ୍ୟରେ ଜାରି ରହିବ ତାତିର ପ୍ରଭାବ
ଭୁବନେଶ୍ଵର : ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାତିର ପ୍ରଭାବ ଜାରି ରହିବ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୪ଡିଗ୍ରୀ ଛୁଇଁବ । ବାୟୁର ଆର୍ଦ୍ରତା ଅଧିକ ରହୁଥବାରୁ ଅଧିକ ଗରମ ଅନୁଭୂତ ହେବ ।
ପଶ୍ଚିମ ଓଡ଼ିଶାରେ ୧୯ ତାରିଖ ଯାଏଁ ଗରମ ବଢ଼ିବ । ସବୁଜିମା କମ୍ ଓ ଶିଳ୍ପ କାରଖାନା ଅଧିକ ଭଳି ବିଭିନ୍ନ ଭୌଗୋଳିକ କାରଣରୁ ବିଭିନ୍ନ ସ୍ଥାନରେ ଅଧିକ ତାତି ଅନୂଭୂତ ହେବ । ୧୬, ୧୭ ଓ ୧୮ରେ ଉପକୂଳ ଓଡ଼ିଶାରେ ପ୍ରବଳ ଗରମ ରହିବ । ୧୮ ପରେ ଉପକୂଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ।ଆସନ୍ତା ୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Powered by Froala Editor