ବଡ ଖବର: ନୟାଗଡରେ ଭୂମିକମ୍ପ
ନୟାଗଡ: ନୟାଗଡ଼ ଜିଲା ଦଶପଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ପୂର୍ବାହ୍ନ ୧୧ଟାରୁ ୧୧ଟା ୫ ମିନିଟ ମଧ୍ୟରେ ୬ ସେକେଣ୍ଡ ଲେଖାଏ ୨ ଥର ଭୂକମ୍ପ ଝଟକା ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏହାର ପ୍ରଭାବରେ ପୋଖରୀ ପାଣିରେ ଢେଉ ସୃଷ୍ଟି ହୋଇଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି । ଏପରି କି ଘର ପଙ୍ଖା ସହ ଆସବାପତ୍ର ଦୋହଲିଥିବା ଲୋକେ ଅନୁଭବ କରିଛନ୍ତି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ୨ ଥର ଭୂମିକମ୍ପ ଝଟକା ଦେଇଥିବାରୁ ଲୋକେ ଖୁବ ଭୟଭୀତ ଅବସ୍ଥାରେ ରହିଛନ୍ତି ।
Powered by Froala Editor