ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ବାଘ ଛୁଆର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ବାଘ ଛୁଆର ମୃତ୍ୟୁ । ବାଘୁଣୀ ରୂପା ଠାରୁ ଜନ୍ମ ନେଇଥିବା ବାଘ ଛୁଆର ମୃତ୍ୟୁ ହୋଇଛି । ଧଳା ବାଘୁଣୀ ରୂପା ଗର୍ଭରୁ ମାର୍ଚ୍ଚ ୧୨ ତାରିଖରେ ୩ଟି ଶାବକ ଜନ୍ମ ନେଇଥିଲେ । ଦୁଇଟି ବିରଳ ଧଳା ରଙ୍ଗର ହୋଇଥିବା ବେଳେ ଅନ୍ୟ ଜଣେ ସାଧାରଣ ନାଲି ରଙ୍ଗ ଥିଲା । ପୂର୍ବରୁ ଧଳା ଶାବକର ମୃତ୍ୟୁ ଘଟିଥିଲା । ଗତକାଲି ନାଲି ରଙ୍ଗ ବାଘ ଛୁଆର ମୃତ୍ୟୁ ହୋଇଯାଇଛି ।
ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ମୃତ ଶାବକର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ । ଧଳା ବାଘୁଣୀ ରୂପା ଗର୍ଭରୁ ମାର୍ଚ୍ଚ ୧୨ ତାରିଖରେ ୩ଟି ଶାବକ ଜନ୍ମ ନେଇଥିଲେ । ମହାବଳ ବାଘ ରାଜେଶ୍ ଓ ଧଳା ବାଘୁଣୀ ରୂପା ମିଳନରୁ ଏହି ଛୁଆ ଜନ୍ମ ହୋଇଥିଲେ । ସେଥିମଧ୍ୟରୁ ଗୋଟିଏ ଧଳା ବାଘ ଛୁଆର ମାର୍ଚ୍ଚ ୨୧ ତାରିଖରେ ମୃତ୍ୟୁ ହୋଇଥିଲା । ଏବେ ନନ୍ଦନକାନନରେ ୨୬ଟି ବାଘ ଥିବା ସୂଚନା ମିଳିଛି ।
Powered by Froala Editor