ଓଜେଇଇ ପରୀକ୍ଷାକୁ ନେଇ ବଡ ଖବର, କ’ଣ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ୱବିଦ୍ୟାଳୟଗୁଡିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନରେ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ । ଜୁନ୍ ପ୍ରଥମ/ ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷା କମ୍ପୁ୍ୟଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ କରାଯିବ । ଏଥିପାଇଁ ଚାଲିଥିବା ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଆଜି ଆବେଦନର ଶେଷ ତାରିଖ ରଖାଯାଇଥିଲା ।
ମାତ୍ର ବହୁ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଆବେଦନ କରିପାରି ନଥିବାରୁ ସମୟ ଅବଧିକୁ ଏପ୍ରିଳ ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଓଜେଇଇ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପୂର୍ବରୁ ୱେବସାଇଟ୍ରେ ଥିବା ଇନଫରମେସନ୍ ବ୍ରୋଚରକୁ ଭଲ ଭାବେ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାିଛି । ପରୀକ୍ଷା ପାଇଁ ଯୋଗ୍ୟତା, ସଂରକ୍ଷଣ ନୀତୀ, ପରୀକ୍ଷା ପାର୍ଟନ, ସିଲାବସ୍ ଆଦି ସଂପର୍କରେ ଏଥିରେ ଉଲ୍ଲେଖ ହୋଇଛି ।
Powered by Froala Editor