ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୁବନେଶ୍ୱର ନାଲକୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଭୁବନେଶ୍ଵର ନାଲକୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। କେହି ଯୁବକଙ୍କୁ ହତ୍ୟା କରି ଗଛରେ ଝୁଲାଇଦେଇଥିବା ସନ୍ଦେହ କରାଯାଉଛି।
Powered by Froala Editor