ଏ ବର୍ଷ ସ୍ୱାଭାବିକ ରହିବ ମୌସୁମୀ

ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ଅଛି ବୋଲି ଭାରତର ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହୋଇପାରେ । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବା ସହ ମୌସୁମୀ ବର୍ଷାର ପରିମାଣ ୯୬ରୁ ୧୦୪% ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ତାହା ସହ ଉତ୍ତର କେନ୍ଦ୍ର ଭାରତରେ ସ୍ୱାଭାବିକରୁ ଅଧିକ ବର୍ଷା ହୋଇପାରେ ବୋଲି କୁହାଯାଇଛି । ସେହିପରି, ଉତ୍ତରପୂର୍ବ ଭାରତର ଅନେକ ଅଞ୍ଚଳ, ଉତ୍ତରପଶ୍ଚିମ ଭାରତର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଉପଦ୍ବୀପର ଦକ୍ଷିଣପ୍ରାନ୍ତରେ ସ୍ବାଭାବିକ ଠାରୁ କମ୍ ବୃଷ୍ଟିପାତ ହେବାର ସମ୍ଭାବନା ଅଛି।
ପାଣିପାଗ ବିଭାଗ ଆହୁରି କହିଛି, ୧୯୭୧-୨୦୨୦ ସମୟ ଅବଧି ପର୍ଯ୍ୟନ୍ତ ହୋଇଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ସମଗ୍ର ଭାରତରେ ହାରାହାରି ୮୬୮.୬ ମିଲିମିଟର୍ ସ୍ବାଭାବିକ ବୃଷ୍ଟିପାତ ହୋଇଥିଲା। ତେଣୁ, ଉପରୋକ୍ତ ବୃଷ୍ଟିପାତ ହାର ୧୯୬୧-୨୦୧୦ ମଧ୍ୟରେ ହୋଇଥିବା ସ୍ବାଭାବିକ ବୃଷ୍ଟିପାତ ହାର ୮୮୦.୬ ମିଲିମିଟର୍ ବୃଷ୍ଟିପାତ ସ୍ଥାନକୁ ଚାଲିଆସିବ।
Powered by Froala Editor