ପୁଅର ମୁଣ୍ଡ କାଟିଲା ମା’

କୋରାପୁଟ: ସାରା ରାଜ୍ୟରେ ପବିତ୍ର ଚଇତି ପର୍ବ ଚାଲିଥିବା ବେଳେ ଘଟିଛି ଲୋମହର୍ଷଣକାରୀ ଘଟଣା । ରାକ୍ଷସୀ ପାଲଟିଲା ମା’ । ତିନବର୍ଷର ପୁଅର ମୁଣ୍ଡ କାଟି ମା’ ହତ୍ୟା କରିଛି । ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି କୋରାପୁଟ ସଦର ଥାନା ଲୁକୁମାରୀ ଗାଁ’ରେ । ଗାଁ’ରେ ଚଇତିପର୍ବ ଚାଲିଥିବାବେଳେ ରାକ୍ଷସୀ ମା’ ଏହି ବର୍ବର କାଣ୍ଡ ଘଟାଇଛି ।
ଏହି ଖବର ପାଇବାପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ମା’କୁ ଅଟକ ରଖିଛି ପୋଲିସ୍ । କାହିଁକି ଓ କେଉଁ ପରିସ୍ଥିତରେ ମା’ ଏଭଳି କରିଛି ତା’ର ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ସାରା ଗାଁ’ଲୋକଙ୍କ ଛାତି ଥରାଇ ଦେଇଛି ।
Powered by Froala Editor