ପ୍ରଥମ ଥର ଭୁବନେଶ୍ୱର ଜାଭିୟର ଛକରୁ ଜବତ ହେଲା କୋକେନ୍

ଭୁବନେଶ୍ବର ଜାଭିୟର ଛକରୁ ପ୍ରଥମ ଥର ପାଇଁ ୨୦୨ ଗ୍ରାମ କୋକେନ ଜବତ କରିଛି ଏସଟିଏଫ ଟିମ୍ । ବେଆଇନ କୋକେନ କାରବାର ଅଭିଯୋଗରେ ୨ ଆନ୍ତଃରାଜ୍ୟ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ରାଜସ୍ଥାନ ନାଉରଙ୍ଗପୁରାର ରବି ଓ କ୍ରିଷ୍ଣାପୁରାର ଶନି କୁମାର ।
ରାଜଧାନୀରେ କୋକନ୍ ବେପାର ନେଇ କମିସନରେଟ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ କହିବାନୁଯାୟୀ, ମୁଖ୍ୟ ଅଭିଯୁକ୍ତ ରବି ଦିଲ୍ଲୀରେ କୋକେନ୍ ବେପାର କରେ। ଭୁବନେଶ୍ୱରରେ ଶନି କୁମାର ସହ ଯୋଗାଯୋଗ କରି କୋକେନ୍ ବେପାର କରିଥାନ୍ତା। ଖବର ପାଇ ଏସ୍ଟିଏଫ୍ ଅଧିକାରୀ ଚଢ଼ଉ କରି ୨୦୨ ଗ୍ରାମ୍ ଓଜନର କୋକନ ଜବତ କରିଛି। ଜବତ କୋକନ୍ର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କୋକେନ୍ ବେପାରୀ ଗିରଫ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି।
Powered by Froala Editor