ସାମ୍ନାକୁ ଆସିଲା ରୋପୱେ ଦୁର୍ଘଟଣାର ଛାତି ଥରାଇବା ଭଳି ଦୃଶ୍ୟ
ଝାଡ଼ଖଣ୍ଡ ଦେଓଘର ରୋପ ଓ୍ୱେ ଦୁର୍ଘଟଣା ପରେ ଆକାଶରେ ଝୁଲି ରହିଥିବା ୪୦ରୁ ଅଧିକ ପର୍ଯ୍ୟଟକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ଏହି ଦୁର୍ଘଟଣାର ଛାତି ଥରାଇବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଟି କେବୁଲ କାର ଧକ୍କା ହେଉଥିବା ଦେଖବାକୁ ମିଳୁଛି। ଧକ୍କା ହେବା କ୍ଷଣି କେବୁଲ କାର ଭିତରେ ବସିଥିବା ପର୍ଯ୍ୟଟକ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଏହି ଭିଡିଓକୁ କେବୁଲ କାର ଭିତରେ ଥିବା ପର୍ଯ୍ୟଟକ ରେକର୍ଡ କରିଥିବା ଜଣାପଡ଼ିଛି।
ଘଟଣା ରବିବାର ସଂଧ୍ୟା ସମୟର । ଏହି ଦୁର୍ଘଟଣାରେ ପ୍ରାୟ ଅଧ ଡର୍ଜନ କେବୁଲ କାର୍ ଅଟକି ରହିଥିଲା । ଏଥିରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ । ଭିଡିଓରେ ଦେଓଘର ତ୍ରିକୂଟ ପର୍ବତର ଉଚ୍ଚତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଯାହାର ଉଚ୍ଚତା ପ୍ରାୟ ୧୫୦୦ଫୁଟ । ଭିଡିଓରେ ଦେଖିବାକୁ ମିଳିଛି ଯେ, କିଭଳି ଗୋଟିଏ ଝଟକାରେ ରୋପୱେ ହଲିବାକୁ ଲାଗିଥିଲା। ଘଟଣା ସମୟରେ ଅନେକ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ତେବେ ରୋପୱେ କାରରେ ଫସି ରହିଥିବା ବିହାରର ମଧୁବନି ଜିଲ୍ଲାର ଜଣେ ବ୍ୟକ୍ତି କହିଛନ୍ତି, ଯେତେବେଳେ ଆମେ ଫସି ଯାଇଥିଲୁ, ଲାଗିଥିଲା କି ଆମ ଭିତରୁ କେହି ଜୀବିତ ରହିବୁ ନାହିଁ। ଆମ ସମସ୍ତଙ୍କ ମୃତ୍ୟୁ ହୋଇଯିବ। କିନ୍ତୁ ଦେବଦୂତ ସାଜି ଉଦ୍ଧାରକାରୀ ଦଳ ଆମ ଜୀବନ ବଞ୍ଚାଇ ଦେଇଥିଲେ।
Powered by Froala Editor