ରଣବୀର-ଆଲିଆ ଶୀଘ୍ର ପିଲାଛୁଆ କରନ୍ତୁ: ସଞ୍ଜୟ ଦତ୍ତ
ମୁମ୍ବାଇ: ବଲିଉଡ଼ ତାରକା ଯୋଡ଼ି ଆଲିଆ ଭଟ୍ଟ ଓ ରଣବୀର କାପୁରଙ୍କ ବିବାହକୁ ନେଇ ବଲିଉଡ଼ରେ ଜୋରଦାର ଚର୍ଚ୍ଚା ଚାଲିଛି । ଆସନ୍ତା ଅପ୍ରେଲ ୧୪ରେ ଆଲିଆଙ୍କ ସହ ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥା’ନ୍ତେ । କିନ୍ତୁ ସେମାନଙ୍କ ବିବାହ ବିଳମ୍ବିତ ହେବବୋଲି ପରିବାର ପକ୍ଷରୁ ସଂକେତ ଦିଆଯାଇଛି । ଆଲିଆ ଓ ରଣବୀରଙ୍କ ବିବାହ ତାରିଖ କାହିଁକି ଘୁଂଚିବ ତାହାକୁ ନେଇ ସେମାନଙ୍କ ଫ୍ୟାନଙ୍କ ମନରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ତେବେ ଦୁହିଁଙ୍କ ବିବାହକୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି ।
ଏହି ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରଣବୀର କପୁରଙ୍କୁ ବିବାହ ସହ ଜଡିତ ଏକ ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରକୃତରେ ଏବେ ସଞ୍ଜୟ ଦତ୍ତ ତାଙ୍କର ଅପକମିଂ ଫିଲ୍ମ କେଜିଏଫ ୨ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ରଣବୀରଙ୍କ ବିବାହ ହେଉଥିବା ଶୁଣି ସଞ୍ଜୟ ପ୍ରଥମେ କହିଥିଲେ ଯେ, ହଁ ସତରେ ରଣବୀର ବିବାହ କରୁଛି ? ଯଦି ସେ ବିବାହ କରୁଛି ତେବେ ତା ପାଇଁ ମୁଁ ବହୁତ ଖୁସି । ସେ ଆହୁରି ମଧ୍ୟ ଏହା କହିଥିଲେ ଯେ, ରଣବୀର ଏବଂ ଆଲିୟା ତାଙ୍କ ପାଇଁ ବହୁତ ଖାସ । ଆଲିୟା ତ ତାଙ୍କ ସାମ୍ନାରେ ହିଁ ବଡ ହୋଇଛି । ବିବାହ ଏକ କମିଟ୍ମେଣ୍ଟ । ଯାହା ସେମାନେ ଆଗରୁ କରିସାରିଛନ୍ତି । ରଣବୀର ଶୀଘ୍ର ପିଲାଛୁଆ କରନ୍ତୁ । ଦୁହେଁ ଖୁସିରେ ରୁହନ୍ତୁ ବୋଲି ସଞ୍ଜୟ କହିଛନ୍ତି ।
Powered by Froala Editor