ରାଜପଥରେ ଜଳିଗଲା ୪୦ ଇଲେକ୍ଟ୍ରିକ୍ ସ୍କୁଟର

ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଏକ ଟ୍ରକରେ ନିଆଁ ଲାଗି ୪୦ଟି ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି । ସୋମବାର ସନ୍ଧ୍ୟାରେ ଏକ ଟ୍ରକ ୪୦ରୁ ଅଧିକ ଇଲେକ୍ଟ୍ରିକ୍ ସ୍କୁଟର୍ ଧରି ନାସିକରୁ ଆଗ୍ରା ଅଭିମୁଖେ ଯାଉଥିଲା । ଏହା ଆଗ୍ରାରୁ ବେଙ୍ଗାଲୁରୁ ଯାଇଥାନ୍ତା । କିନ୍ତୁ ଜାତୀୟ ରାଜପଥରେ ପହଁଚିବାର କିଛି ସମୟ ପରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ କଣ ପାଇଁ ନିଆଁ ଲାଗିଲା ସେନେଇ ତଦନ୍ତ ହେବ । ଇଭି ସ୍କୁଟର୍ କମ୍ପାନୀ ଏକ୍ସପର୍ଟ ଟିମକୁ ପଠାଇ ତଦନ୍ତ କରିବ ବୋଲି ପ୍ରକାଶ କରିଛି । ମହାରାଷ୍ଟ୍ର ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସଡକ ଓ ପରିବହନ ମନ୍ତ୍ରାଳୟ ଡିଆରଡିଓକୁ ତଦନ୍ତ ପାଇଁ କହିଛି ।
ପୋଲିସର କହିବାନୁସାରେ, ଟ୍ରକରେ ଥିବା ୪୦ଟି ଇଲେକ୍ଟ୍ରିକ୍ ଗାଡିରୁ ୨୦ଟି ଜଳି ପାଉଁଶ ହୋଇଯାଇଛି । କିନ୍ଥୁ ସ୍ଥାନୀୟ ଲୋକେ ସମସ୍ତ ୪୦ଟି ଗାଡି ଜଳି ଯାଇଥିବା କହିଛନ୍ତି ।
Powered by Froala Editor