ବଡ ଭାଇର ପୂରା ପରିବାରକୁ ସଫା କଲା ରାକ୍ଷସ ସାନ ଭାଇ
କଟକ: କଟକ ଜିଲ୍ଲ ମହଙ୍ଗା ଥାନା କୁଶୁପୁରରେ ଲୋମହର୍ଷଣକାରୀ ଗଣହତ୍ୟା । ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ବଡଭାଇର ପୂରା ପରିବାରକୁ ସାନଭାଇ ହତ୍ୟା କରିଛି । ହତ୍ୟା କରି ଘରେ ତାଲା ପକାଇ ଥାନାରେ ଆତ୍ମସମର୍ପଣ ସାନଭାଇ କରିଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି ।
ଘର ତାଲା ପକାଇଥିବାରୁ କେତେ ଜଣଙ୍କୁ ହତ୍ୟା କରାଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ୍ ଓ ମାଜିଷ୍ଟ୍ରେଟ୍ ପହଞ୍ଚି ଘଟଣାର ଛାନଭିନ୍ କରୁଛନ୍ତି । ସୂଚନା ଅନୁସାରେ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସେହି ବିବାଦ ଏତେ ଭୟଙ୍କର ରୂପ ନେଇଛି ଯେ, ଆଜି ତା’ର ପ୍ରତିଫଳନ ଦେଖିବାକୁ ମିଳିଛି । ବଡଭାଇ ପରିବାରର ସମସ୍ତ ସଦସ୍ୟଙ୍କୁ ସାନ ଭାଈ ମାରି ଦେଇଛି ।
Powered by Froala Editor