ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି
ଦେବଘର: କଥାରେ ଅଛି ରଖେ ହରି ତ ମାରେ କିଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଉି ଝାଡଖଣ୍ଡରେ । ଝାଡଖଣ୍ଡର ଦେବଘର ରୋପୱେରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ପର୍ଯ୍ୟନ୍ତ ୪୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୩ ଜଣ ଫସି ରହିଛନ୍ତି । ଅକାଶ ଏବଂ ପୃଥିବୀ ମଧ୍ୟରେ ଈଶ୍ୱରଙ୍କୁ ଜୀବନ ଭିକ୍ଷା କରୁଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ଯବାନ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛନ୍ତି ।
ସୂଚନା ଅନୁସାରେ ରବିବାର ଏକାସାଙ୍ଗେ କିଛି ଟ୍ରଲିକୁ ଶ୍ରଦ୍ଧାଳୁଙ୍କ ସହ ପଠାଇ ଦିଆଯାଇଥିଲା। ହଠାତ୍ ରୋପୱେ କେବଲ ଉପରେ ଲୋଡ ପଡିଯାଇଥିଲା। ଫଳରେ ଗୋଟିଏ ରୋଲର ଭାଙ୍ଗି ଯାଇଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରୋଲର ଭାଙ୍ଗି ଯିବାରୁ ୩ ଟ୍ରଲି ପାହାଡରେ ପିଟି ହୋଇ ଯାଇଥିଲେ । ସେଥିମଧ୍ୟରୁ ୨ଟି ଟ୍ରଲି ତଳକୁ ଖସି ପଡିଥିଲା। ଏହାସବୁ ଏତେ ଶୀଘ୍ର ହୋଇଥିଲା ଯେ କେହି କିଛି ବୁଝି ପାରି ନ ଥିଲେ । କେତେଜଣ ଶ୍ରଦ୍ଧାଳୁ ଟ୍ରଲିରୁ ବାହାରି ତଳେ ପଡିଯାଇଥିଲେ ।
ଏବେ ପ୍ରାୟ ୨୫୦୦ ଫୁଟ ଉପରେ ପାହାଡ ମଝିରେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେମାନଙ୍କ ନିକଟକୁ ଡ୍ରୋନ ସାହାଯ୍ୟରେ ଖାଦ୍ୟ ସାମଗ୍ରୀ ପଠାଯାଉଛି ।
Powered by Froala Editor