ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ରଡ୍ ପୂରାଇଦେଲା ଦୁର୍ବୃତ୍ତ
ଛତିଶଗଡ: ଜଣେ ୫୬ ବର୍ଷୀୟ ଅସୁସ୍ଥ ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗରେ ପାର୍ଟରେ ରଡ ପୂରାଇ ଦିଆଯାଇ ଥିବା ଅଭିଯୋଗ ହୋଇଛି । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଜଞ୍ଜଗିରି-ଚମ୍ପା ଜିଲ୍ଲାରେ । ଏପ୍ରିଲ ୫ ଓ ୬ ମଧ୍ୟ ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି ।
ମହିଳା ଜଣକ ଏକ ତେଜରାତି ଦୋକାନ ଆଗରେ ପଡିଥିବା ବେଞ୍ଚରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଏହି କାଣ୍ଡ ଘଟାଇଛି । ଦାଭାରା ପୁଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଜଣକ ହେଉଛି କ୍ରିଷ୍ଣା ଯାଦବ(୩୧) । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କୁ ଦୁଷ୍କର୍ମ ପରେ ଅକଥନୀୟ ଶାରୀରିକ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି ।
ଗତ ଏପ୍ରିଲ ୫ ତାରିଖରେ କ୍ରିଷ୍ଣା ଯାଦବ ସମ୍ପୃକ୍ତ ମହିଳାଙ୍କୁ ସ୍ଥାନୀୟ ଏକ ଜଗାକୁ ଜୋରଜବରସ୍ତ ଉଠାଇ ନେଇ ତାଙ୍କ ପ୍ରତି ପାଶବିକ ଅତ୍ୟାଚାର କରିଥିଲା । ଦୁଷ୍କର୍ମ ପରେ ତାଙ୍କ ମଥାକୁ ଏକ ପଥରରେ ଛେଛିବା ସହ ତାଙ୍କ ଯୌନାଙ୍ଗରେ ଏକ ଲୁହା ରଡ ପୂରାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଭିଯୁକ୍ତ ଯାଦବ ରକ୍ତ ଜୁଡୁବୁଡୁ ଲୁହା ରଡକୁ ନିକଟରେ ଏକ କଲଭର୍ଟ ପାଖକରେ ଫୋପାଡି ଦେଇଥିବା ପୁଲିସ କହିଛି ।
Powered by Froala Editor