ଲକ୍ଡାଇନରେ ବି ରୁଜୁ ହୋଇପାରିବ ମାମଲା: ଓଡ଼ିଶା ହାଇକୋର୍ଟ ଜାରି କଲେ ହ୍ବାଟସଅପ ନଂ

ଲକ୍ଡାଉନ ବେଳେ ବି ହାଇକୋର୍ଟରେ ମାମଲା ରୁଜୁ ହେବ । ଏନେଇ ନୂଆ ଏସ୍ଓପି ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏହି ସମୟରେ ଉଭୟ ଅନଲାଇନରେ ଓ ହ୍ବାଟସଅପ ଜରିଆରେ ଆବେଦନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।
ଏନେଇ ହାଇକୋର୍ଟଙ୍କ ପକ୍ଷରୁ ହ୍ବାଟସଅପ ନମ୍ବର ନମ୍ବର 8895300958 ଜାରି କରାଯାଇଛି। ଆବେଦନକାରୀ ନିଜର ଆଡଭୋକେଟଙ୍କ ଜରିଆରେ ଏକ ପିଡିଏଫ ଫାଇଲ ମାଧ୍ୟମରେ ଏଥିରେ ମାମଲା ରୁଜୁ କରି ପାରିବେ । ଏଥି ସହିତ ଅନ ଲାଇନରେ ଅଦାଲତ ଫି ଦାଖଲ କରିବାକୁ ଏସଓପିରେ ଉଲ୍ଲେଖ ରହିଛି । ଆସନ୍ତା 5 ତାରିଖ ରୁ 14 ଦିନ ପର୍ଯ୍ୟନ୍ତ ହେଉଥିବା ଲକ ଡାଉନକୁ ନଜରରେ ରଖି ଏସଓପି ଜାରି କରିଛନ୍ତି ଓଡିଶା ହାଇକୋର୍ଟ ।
Powered by Froala Editor