ଆଜି ରାଜ୍ୟରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨ ରହିଛି ।
ସୂଚନା ଓ ଲୋକସଂପର୍କ ବିଭାଗର ରିପୋର୍ଟ ଅନୁସାରେ କେନ୍ଦ୍ରାପଡାରୁ ୧, ଖେର୍ଦ୍ଧାରୁ ୨ ଓ ସମ୍ବଲପୁରରୁ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୮୬୦ରେ ପହଞ୍ଚିଛି ।
ଏହି ସମୟ ମଧ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୨ଜଣ । ଏହାକୁ ମିଶାଇ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୮ହଜାର ୫୪୮ରେ ପହଞ୍ଚିଛି ଓ ଏବେ ସକ୍ରିୟ ମାମଲା ୧୩୭ ରହିଛି ।
Powered by Froala Editor