ପଣସ ବୋଝେଇ ଟ୍ରକ୍ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲା ଟିକାପୁଟ ଛକ ନିକଟରୁ ଦଶଚକିଆ ଟ୍ରକରୁ ଏକ ଟନରୁ ଅଧିକ ଓଜନର ଗଞ୍ଜେଇ ଜବତ କରିଛି ପୁଲିସ। ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ତାକୁ ଜବତ କରିଛି। କୋରାପୁଟ ଜଳାପୁଟ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ହେଉଥିଲା ବୋଲି ଜଣାପଡିଛି ।
କୌଣସି ସୂତ୍ରରୁ ଖବର ପାଇଥିଲେ କୋରାପୁଟ ଏସପି । ଏସପିଙ୍କ ନିର୍ଦ୍ଦେଶ ପରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୋଲିସ ୩ ଜଣିଆ ଟିମ ଗଠନ କରି ଟିକାପୁଟ ଛକରେ ଗାଡ଼ି ଯାଞ୍ଚ କରିଥିଲେ । ଏହି ସମୟରେ ପଣସ ବୋଝେଇ ଟ୍ରକକୁ ଅଟକାଇଥିଲା ପୋଲିସ । ଗାଡିକୁ ଯାଞ୍ଚ କରିବା ପରେ ଜବତ ହୋଇଥିଲା ବିପୁଳ ପରିମାଣର ଗଞ୍ଜେଇ । ମାଛକୁଣ୍ଡ ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିବା ସହ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଅଞ୍ଚଳର ୩ ଜଣଙ୍କୁ ଗିରଫ କରିଛି । ଟ୍ରକରୁ ୧ ହଜାର ୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ନନ୍ଦପୁର SDPO ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ ନାରାୟଣ । ସେମାନଙ୍କ ନିକଟରୁ ୪ଟି ମୋବାଇଲ ଓ ୩୫୦୦ ଟଙ୍କା ଜବତ କରାଯାଇଛି । ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି ।
Powered by Froala Editor