ଗାଡ଼ିମାଲିକଙ୍କ ପାଇଁ ଭଲ ଖବର: ଜୁନ ୩୦ରୁ ବଦଳାଇ ହେବ ଗାଡ଼ିର ଫାସଟ୍ୟାଗ
ନୂଆଦିଲ୍ଲୀ : ଗାଡ଼ିମାଲିକଙ୍କ ପାଇଁ ଭଲ ଖବର । ଏଣିକି ଗାଡ଼ିର ଫାସଟ୍ୟାଗ ବଦଳା ଯାଇପାରିବ । ଏଥିପାଇଁ ନୂତନ ଗାଇଡ଼ଲାଇନ ଜାରି କରାଯାଇଥିବାବେଳେ ଆସନ୍ତା ଜୁନ ୩୦ରୁ ଏହା ଲାଗୁ ହେବ ।
ସମ୍ପ୍ରତି ଫାସଟ୍ୟାଗ ବଦଳାଇବା ଏକ ଜଟିଳ ବ୍ୟାପାର ହୋଇଛି । ଫାସଟ୍ୟାଗ ପାଇଁ ଏନପିସିଆଇ ତିନୋଟି ନୂତନ କୋଡ଼ ଜାରିକରିଛି । ତାହା ଫାସଟ୍ୟାଗ ବଦଳାଇବା କାର୍ଯ୍ୟ ସହଜ କରିବ । ବ୍ଲାକ ଲିଷ୍ଟ, ଲୋ ବାଳାନ୍ସ ଓ ଏକଜେମ୍ପଟେଡ଼ ଭଳି ତିନୋଟି କୋଡ଼ ରହିଛି । ଆଗକୁ କ୍ଲୋଜଡ/ରିପ୍ଲେସେଡ଼, ହଟଲିଷ୍ଟ ଓ ଇନଭାଲିଡ଼ କ୍ୟାରେଜ ଭଳି ନୂତନ କୋଡ଼ ଜାରି କରାଯିବ । ଯେଉଁ ଫାସଟ୍ୟାଗରେ ବାଲାନ୍ସ ନେଗେଟିଭ ଥିବ କିମ୍ବା ଗାଡ଼ି କୌଣସି ଆଇନ ଉଲ୍ଲଂଘନ କରିଥିବ ତାହା ହଟଲିଷ୍ଟ ବର୍ଗରେ ପ୍ରଦର୍ଶିତ ହେବ । ଶାରୀରିକ ଭିନ୍ନକ୍ଷମ ଥିବା ମାଲିକଙ୍କ ଗାଡ଼ିକୁ ଇନଭାଲିଡ଼ କ୍ୟାରେଜ ବର୍ଗରେ ରଖାଯିବ ।
ଯେଉଁ ଗାଡ଼ିଗୁଡ଼ିକୁ କୌଣସି କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ସଂସ୍ଥା ଉଲ୍ଳଂଘନକାରୀ ବୋଲି ଦର୍ଶାଇଥିବେ ସେଗୁଡ଼ିକୁ ବ୍ଲାକଲିଷ୍ଟ ବର୍ଗରେ ରଖଶଯିବ । ଫାସଟ୍ୟାଗ ଆକାଉଣ୍ଟ ବନ୍ଦ କରାଯାଇଥିବା, ସମର୍ପଣ କରାଯାଇଥିବା କିମ୍ବା ଗୋଟିଏ ଫାସଟ୍ୟାଗ ଫେରସ୍ତ କରି ତାହା ସ୍ଥାନରେ ନୂତନ ଫାସଟ୍ୟାଗ ନିଆଯାଇଥିବ ସେହି ଗାଡ଼ିଗୁଡ଼ିକ କ୍ଲୋଜଡ଼/ରିପ୍ଲେସଡ଼ ବର୍ଗରେ ପ୍ରଦର୍ଶିତ ହେବ ।
Powered by Froala Editor