ହୃଦୟବିଦାରକ ଘଟଣା, ଗଛରେ ଝୁଲୁଛି ୩ ମୃତଦେହ

ଉମରକୋଟ: ଗଛରେ ୩ ଜଣଙ୍କ ମୃତଦେହ। ସେମାନଙ୍କ ଭିତରେ ଜଣେ ବିବାହିତ ମହିଳା ଥିବା ବେଳେ ଦୁଇ ଜଣ ନାବାଳିକା ଅଛନ୍ତି। ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି।
ଉମରକୋଟ ଥାନା ତୋହରା ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝି ଓ ଫୁଲମତି ମାଝି ନିକଟସ୍ଥ ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ହେଲେ ଦୀର୍ଘ ସମୟ ପର୍ୟ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପରିବାର ଲୋକ ଜଙ୍ଗଲ ପାର୍ଶ୍ୱକୁ ଯାଇଥିଲେ।
ତେବେ ଜଙ୍ଗଲ ପାର୍ଶ୍ୱରେ ଥିବା ଏକ କୁଶୁମ ଗଛ ଉପରେ ତିନି ଜଣଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଗୋଟିଏ ଓଢ଼ଣୀରେ ତିନିଜଣ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ଉମରକୋଟ ଥାନାକୁ ଖବର ଦେଇଥିଲେ। ତେବେ ଏହା ହାତ୍ମହତ୍ୟା ନା ହତ୍ୟା ଜଣାପଡ଼ିନି। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।
Powered by Froala Editor