ଏଣିକି କୋଭାକ୍ସିନ୍ ଓ କୋଭିସିଲ୍ଡର ବୁଷ୍ଟର ଡୋଜ୍ ୨୨୫ ଟଙ୍କାରେ ମିଳିବ
ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ର ମୂଲ୍ୟ ହ୍ରାସ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍। ଗତକାଲି କୋଭିସିଲ୍ଟ ଟିକା ଟ୍ୟାକ୍ସକୁ ଛାଡ଼ି ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି କହିଥିଲେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା। ହେଲେ ଆଜି ଏଥିରେ ପରିବର୍ତ୍ତନ ଅଣାଯାଇ କୋଭିସିଲ୍ଟ ଟିକା ମୂଲ୍ୟକୁ ୨୨୫ଟଙ୍କା କରାଯାଇଥିବା ଟ୍ବିଟ କରି କହିଛନ୍ତି ପୁନାୱାଲା। ଏହା ସହ କୋଭାକ୍ସିନ ଟିକାର ମୂଲ୍ୟ ମଧ୍ୟ ୧୨୦୦ଟଙ୍କାରୁ ହ୍ରାସ ପାଇ ୨୨୫ଟଙ୍କା ହୋଇଥିବା କହିଛନ୍ତି ଭାରତ ବାୟୋଟେକ୍ ସହ-ସଂସ୍ଥାପକ ସୁଚିତ୍ରା ଏଲ୍ଲା। ଏହି ଦାମ ସହ ସେବା ଚାର୍ଜ ଭାବରେ ଘରୋଇ କ୍ଲିନିକ୍ ଡୋଜ୍ ପିଛା ସର୍ବାଧିକ ୧୫୦ ଟଙ୍କା ଆଦାୟ କରିପାରିବେ।
ଦେଶର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଜଣେ ବ୍ୟକ୍ତି ପ୍ରଥମ ଦୁଇଟି ଡୋଜ ଯେଉଁ ଟିକାର ନେଇଥିବ ପ୍ରିସକନ ଡୋଜ ମଧ୍ୟ ସେହି ଟିକାର ଦିଆଯିବ। ବୁଷ୍ଟର ଡୋଜ ପାଇଁ ଅଲଗା ପଞ୍ଜିକରଣର ଆବଶ୍ୟକତା ନାହିଁ। ସମସ୍ତ ଲାଭାର୍ଥୀ ପୂର୍ବରୁ ହିଁ କୋୱିନରେ ପଞ୍ଜିକୃତ ଅଛନ୍ତି। କାରଣ ସମସ୍ତ ଉପଯୁକ୍ତ ହିତାଧିକାରୀ ପୂର୍ବରୁ କୋୱିନ୍ ପ୍ଲାଟଫର୍ମରେ ପଞ୍ଜିକୃତ ହୋଇସାରିଛନ୍ତି।
Powered by Froala Editor