ସୋମବାର ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୧୧ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୁକ୍ରବାର ପୁରୀ ଗସ୍ତରେ ଆସିଥିଲୋ । ଗସ୍ତ ବେଳେ ସେ ପୁରୀ ଏସପି ଓ ଜିଲ୍ଲାପାଳଙ୍କ ସହ ଏହି ଗସ୍ତ ନେଇ ଆଲୋଚନା କରିଥିଲେ ।ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଏମବିବିଏସ୍ ବିଦ୍ୟାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜ କ୍ୟାମ୍ପସ ପରିସରରେ ସ୍ୱାଗତ କରିବା କାର୍ୟ୍ୟକ୍ରମରେ ଯୋଗ ଦେଉଥିବାର ଖବର ମିଳିଛି । ଏହି ଗସ୍ତ ପ୍ରସ୍ତୁତି ସହ କେନ୍ଦ୍ରାଞ୍ଚଳ ଆଇଜି ନିୟମିତ ପୁଲିସ କାର୍ୟ୍ୟାଳୟର ଇନ୍ସପେକ୍ସନ କରିଛନ୍ତି ।
ସୂଚନାଯୋଗ୍ୟ ଚଳିତ ବର୍ଷରୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପାଠପଢ଼ା ଆରମ୍ଭ ହେଉଛି । ଗସ୍ତ ଅବସରରେ ପୁଲିସ ଆଇଜି ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ପ୍ରଶାସନ ସହ ଆଲୋଚନା କରିଥିବାର ଖବର ମିଳିଛି ।
Powered by Froala Editor