ଦେଶ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଏହି ସାମ୍ବାଦିକ
ନୂଆଦିଲ୍ଲୀ : ଇସଲାମିମ ପ୍ରଚାରକୁ ଅସ୍ତ୍ର କରି ବାରବାର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି ସାମ୍ବାଦିକା ରାଣା ଆୟୁବ । ଏବେ ସେ ପୁଣି ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବାବେଳେ ତାଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।
ଭାରତ ବିରୋଧରେ ଏକ ଟ୍ୱିଟ କରି ରାଣା ଲେଖିଛନ୍ତିଯେ, ଏହି ରମଜାନରେ ଦୟାକରି ଭାରତର ୨୨୦ ନିୟୁତ ମୁସଲିମ ଜନସଂଖ୍ୟା ପାଇଁ ପ୍ରାର୍ଥନା କରନ୍ତୁ । ଯେଉଁମାନେ ସ୍ୱାଧୀନତା ପରବର୍ତ୍ତୀ ଭାରତର ଇତିହାସରେ ସବୁଠାରୁ ଖରାପ ଅବସ୍ଥାରେ ଅଛନ୍ତି ଏବଂ ଅପମାନର ସମ୍ମୁଖୀନ ହେଉଛନ୍ତି । ଆମର ଅସୁବିଧାକୁ ବିଶ୍ୱ ଓ ପ୍ରଚଳିତ କୂଟନୀତି ଅଣଦେଖା କରୁଛି ।
ନିକଟରେ ସେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିଲେ । ସେକହିଥିଲେଯେ, ମୁସଲିମ ବିରୋଧୀ ଘୃଣା ରାଜନୈତିକ ଆତଙ୍କବାଦୀଙ୍କ ଦ୍ୱାରା ହେଉନାହିଁ । ଏହା ବହୁମତରେ ଚାଲିଥିବା ସରକାର ଦ୍ୱାରା ହେଉଛି । ଏହା ପୂର୍ବରୁ ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଢ଼ାଇବା ନେଇ ସେ ଅନେକ ବୟାନ ଦେଇଛନ୍ତି । ନିକଟରେ ଇଡ଼ି ପକ୍ଷରୁ ତାଙ୍କୁ ସମନ କରାଯାଇଥିଲା । ଏମିତିକି ତାଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି ।
Powered by Froala Editor