ପାକିସ୍ତାନରେ ଇମ୍ରାନ ଖାନଙ୍କ ଆନ୍ଦୋଳନ
ଇସାଲାମବାଦ : ସୁପ୍ରିମକୋର୍ଟଙ୍କ ନିଷ୍ପତି କ୍ରମେ ଆଜି ପାକ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ । ଅନାସ୍ଥା ଭୋଟରେ ଇମ୍ରାନ ଖାନ ନିଶ୍ଚିତ ପରାଜୟବରଣ କରିବେ ବୋଲି କୁହାଯାଉଥିବାବେଳେ ପାକିସ୍ତାନରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି ।
ଆଜି ପୂର୍ବାହ୍ନ ସାଢେ଼ ୧୦ଟାରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଚସ୍ପତି ଅନାସ୍ଥା ଉପରେ ଭୋଟ ଗ୍ରହଣ ପାଇଁ ଅଧିବେଶନ ଡକାଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ଘୋଷଣା କରିବାବେଳେ ଉପବାଚସ୍ପତି କ୍ୱାସିମ ସୁରୀ ଅନାସ୍ଥା ପ୍ରସ୍ତାବ ଖାରଜ ପାଇଁ ନେଇଥିବା ନିଷ୍ପତିକୁ ରବ୍ଦ କରିଦେଇଥିଲେ । ଅନାସ୍ଥା ଭୋଟକୁ ନେଇ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଳାଗିଛି । ଇସଲାମାବାଦରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ ହୋଇଥିବାବେଳେ ଇମ୍ରାନଙ୍କ ବିରୋଧରେ ସବୁ ଦଳ ଏକଜୁଟ ହୋଇଛନ୍ତି । ଅପରପକ୍ଷରେ ଇମ୍ରାନ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଛନ୍ତି ।
Powered by Froala Editor