ମାଡିଆସୁଛି ଭୟଙ୍କର ଖାଦ୍ୟ ସଂକଟ, ଆହୁରି ବଢିବ ଖାଦ୍ୟ ଦର

ପ୍ୟାରିସ: ଋଷ-ୟୁକ୍ରେନ ଯୁଦ୍ଧରୁ ଏକ ଭୟଙ୍କର ଖାଦ୍ୟ ସଂକଟ ସମଗ୍ର ବିଶ୍ୱକୁ କବଳିତ କରିବାକୁ ଯାଉଛି । ବିପର୍ଯ୍ୟସ୍ତ ଯୋଗାଣ ଶୃଙ୍ଖଳ ମଧ୍ୟରେ ସ୍ଥିତ ଏଭଳି ବି ହୋଇପାରେ ଲୋକେ ଗଣ୍ଡେ ଖାଇବାକୁ ପାଇବେ ନାହିଁ । ଚାହିଦା ଏବଂ ଯୋଗାଣ ମଧ୍ୟରେ ସମନ୍ୱୟର ଅଭାବ ଦେଖାଦେଇଥିବାରୁ ମାସକ ମଧ୍ୟରେ ବିଶ୍ୱ ଖାଦ୍ୟ ଦର ୧୩% ବୃଦ୍ଧି ପାଇଥିବାବେଳେ ଏହା ଆହୁରି ତେଜିବା ନେଇ ଆଶଙ୍କା କରାଯାଉଛି । ୧୪ବଷ ର୍ମଧ୍ୟରେ ମାର୍ଚ୍ଚରେ ବିଶ୍ୱ ଖାଦ୍ୟ ଦରରେ ସର୍ବୋଚ୍ଚ ମାସିକ ବୃଦ୍ଧି ଘଟିଛି । ପରିସ୍ଥିତି ନ ସୁଧୁରିଲେ ଏହା ଆଉ ୨୨% ପର୍ଯ୍ୟନ୍ତ ବଢିବା ନେଇ ଚେତାବନୀ ଦେନଇଛି ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଫାଓ) ।
ଫାଓ ଅନୁସାରେ, ଯୁଦ୍ଧର ପ୍ରଭାବ କେବଳ ଏହି ଦୁଇ ଦେଶ ମଧ୍ୟରେ ସୀମିତ ନୁହେଁ । ସମଗ୍ର ବିଶ୍ୱ ଏବେ ଏହାର ଭୟଙ୍କର ପ୍ରଭାବ ଅନୁଭବ କରିବାକୁ ଯାଉଛି । ଯୁଦ୍ଧରୁ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ ମଧ୍ୟରେ ଖାଉଟି ଆଗକୁ ଆର୍ତ୍ତଚିତ୍କାର କରିପାରନ୍ତି ।
ଅଧିକାଂଶ ଗରିବ ରାଷ୍ଟ୍ର ଏବେ ବି ମହାମାରୀର ପ୍ରଭାବ ଅନୁଭବ କରୁଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସଂକଟକୁ ସହ୍ୟ କରିବା ସେମାନଙ୍କ ପାଇଁ ଶକ୍ତ ଧକ୍କା ହେବ । ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଅଧିକାଂଶ ରାଷ୍ଟ୍ର ସେମାନଙ୍କ ଖାଦ୍ୟ ଆବଶ୍ୟକତା ପାଇଁ ଋଷ ଏବଂ ୟୁକ୍ରେନ ଉପରେ ପ୍ରବଳ ମାତ୍ରାରେ ନିର୍ଭର କରିଥାନ୍ତି । ଯୁଦ୍ଧ ଯୋଗୁ ଏହି ରାଷ୍ଟ୍ରଗୁଡିକର ଅବସ୍ଥା ଶୋଚନୀୟ ।
ଫାଓର ମହାନିର୍ଦ୍ଦେଶକ କ୍ୟୁ ଡୋଙ୍ଗ୍ୟୁ କହିଛନ୍ତି, ଯୁଦ୍ଧ ଯୋଗୁଁ ଖାଦ୍ୟ ଶକ୍ତି ଏବଂ ସାର ସବୁ କିଛି ମହଙ୍ଗା ହୋଇଛି । ଏହାର ପ୍ରଭାବ ସମଗ୍ର ବିଶ୍ୱ ଅନୁଭବ କରିବ । ୨୦୦୮ରେ ଦେଖାଦେଇଥିବା ବିଶ୍ୱ ଖାଦ୍ୟ ସଂକଟର ପୁନରାବୃତ୍ତିକୁ ଅଟକାଇ ପାରିବ କିନ୍ତୁ ଏଥିପାଇଁ ଉପଯୁକ୍ତ ନୀତି ଆଣିବାକୁ ପଡିବ ।
Powered by Froala Editor