ଆସନ୍ତାକାଲି ଏହି ୧୮ ଜିଲ୍ଲାରେ ହେବ ଝଡ଼ବର୍ଷା

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ ୧୦ ତାରିଖ ସକାଳ ସାଢେ଼ ୮ଟାରୁ ୧୧ ତାରିଖ ସକାଳ ସାଢେ଼ ୮ ମଧ୍ୟରେ କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ କୁହାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି, ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେହିପରି ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୁରଭଞ୍ଜରେ କାଳବୈଶାଖୀ ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ ଏବେ ଧିରେଧିରେ ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ତାତି ବଢ଼ିବାରେ ଲାଗିଛି । ଆସନ୍ତା ୫ ଦିନ ମଧ୍ୟରେ ଏହି ତାତି ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି । ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦିନରେ ଆକାଶ ନିର୍ମଳ ରହିବା ସହ ଟାଣ ଖରା ହେବ । ଅପରାହ୍ନ ବେଳକୁ ପାଗ ଆଂଶିକ ମେଘୁଆ ରହିପାରେ । ସେହିପରି ଦିନର ତାପମାତ୍ରା ସର୍ବୋଚ୍ଚ ୩୭ ଡିଗ୍ରୀ ଓ ରାତିର ତାପମାତ୍ରା ସର୍ବନିମ୍ନ ୨୫ ଡିଗ୍ରୀ ରହିବେବୋଲି ଆକଳନ କରାଯାଇଛି ।
Powered by Froala Editor