ବିଜେପି ସାଂସଦଙ୍କୁ ସକାଳ ବ୍ରେକଫାଷ୍ଟ ସମୟରେ ଭେଟିଲେ ମୋଦି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ବିଜେପିର ସାଂସଦଙ୍କୁ ସକାଳ ବ୍ରେକଫାଷ୍ଟ ସମୟରେ ଭେଟିଛନ୍ତି । ଦିଲ୍ଲୀ ଲୋକକଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଓଡିଆ ସାଂସଦ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ ଚାଲିଛି । ସକାଳ ସାଢେ ୮ଟାରୁ ବୈଠକ ଆରମ୍ଭ ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ବିଜେପି ସାଂସଦ ଏଥିରେ ଉପସ୍ଥିତ ରହିଛନ୍ତି ।ସାମ୍ପ୍ରାତିକ ସ୍ଥିତିରେ ଓଡିଶାରେ ରାଜନୈତିକ ଦୃଷ୍ଟିକୋଣ ଏବଂ ନବୀନ ସରକାରଙ୍କ ପ୍ରତି ବିଜେପିର ଆଭିମୁଖ୍ୟ କିଭଳି ରହିବ ତାହା ଉପରେ ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଉଛି । ସେହିପରି ଓଡିଶାରେ ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନର ଫଳାଫଳ, ଯେଉଁଥିରେ ବିଜେଡି କ୍ଲିନ୍ ସ୍ବିପ୍ କରିଛି ତାହା ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି । ଏହାବ୍ୟତୀତ ଓଡିଶାରେ ବିଜେପିକୁ କିଭଳି ଆହୁରି ମଜବୁତ କରାଯିବ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର କ'ଣ ରଣନୀତି ରହିବ ତାହା ମଧ୍ୟ ଆଲୋଚନାର ବିଷୟବସ୍ତୁ ହେବ ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor