ଉପାଧ୍ୟକ୍ଷ ନିର୍ବାଚନ: ଏଜେଣ୍ଟ ଦେଖିବେ କାଉନସିଲରଙ୍କ ଭୋଟ

ଭୁବନେଶ୍ୱର: ଆସନ୍ତାକାଲି ପୌର ଉପାଧ୍ୟକ୍ଷ ନିର୍ବାଚନ । ତେବେ ନିର୍ବାଚନ ବିଧି ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସବିଶେଷ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ନିୟମାନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟି ଦେବେ ।
କାହାକୁ ଭୋଟ ଦେଲେ ସମ୍ପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ କାଉନସିଲର ଦେଖାଇବେ । ଉପାଧ୍ୟକ୍ଷ ପାଇଁ ୨ରୁ ଅଧିକ ପ୍ରାର୍ଥୀ ଥିଲେ ଏକାଧିକ ଥର ନିର୍ବାଚନ ହେବ । ୩ ଜଣ ଥିଲେ ଭୋଟ ହୋଇ ସର୍ବଶେଷ ପ୍ରାର୍ଥୀଙ୍କୁ ବାଦ ଦିଆଯିବ ।
ଅଧିକ ଭୋଟ ପାଇଥିବା ୨ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ମୁକାବିଲା ହେବ । ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ ସମାନ ହୁଏ ତେବେ ଲଟେରୀ ଜରିଆରେ ଫଇସଲା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ, ଏହାପରେ ଦିନ ଗୋଟାଏ ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ୟ୍ୟନ୍ତ ମତଦାନ ଚାଲିବ । ମତଦାନ ପରେ ସେହି ଦିନ ହିଁ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।
Powered by Froala Editor