ମସଜିଦ ବାହାରେ ହେବ ହନୁମାନ ଚାଳିଶା ପାଠ: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ରାଜ ଠାକରେଙ୍କ ବିଚିତ୍ର ଆହ୍ବାନ । ମସଜିଦ ଗୁଡିକରେ ଲାଗିଥିବା ଲାଉଡ ସ୍ପିକର ଗୁଡ଼ିକୁ ହଟାଇ ଦେବା ଲାଗି ରାଜ୍ୟ ପୋଲିସ ନିକଟରେ ଦାବି କରିଛନ୍ତି ଠାକରେ । ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ଏକ ଦଳୀୟ ସମାବେଶରେ ଉଦବୋଧନ ଦେଇ ଠାକରେ କହିଛନ୍ତି, ମସଜିଦରେ ଉଚ୍ଚ ସ୍ୱରରେ ଲାଉଡ ସ୍ପିକର କାହିଁକି ବାଜିବ ? ଯଦି ତାହାକୁ ବନ୍ଦ କରା ନଯିବ ତେବେ ମସଜିଦ ବାହାରେ ଏଣିକ ଉଚ୍ଚସ୍ବରରେ ପାଠ ହେବ ହନୁମାନ ଚାଳିଶା ।
ଠାକରେ କହିଛନ୍ତି, ସେ କୌଣସି ଏକ ଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବିରୋଧରେ ନାହାନ୍ତି । ସେ ନିଜେ ବି ନିଜ ଧର୍ମ ଲାଗି ଗର୍ବିତ । ମାତ୍ର ମସଜିଦ ଗୁଡିକରେ ଯେଉଁପରି ଭାବେ ଉଚ୍ଚସ୍ବରରେ ଲାଉଡ ସ୍ପିକର ବାଜୁଛି ତାହା ବନ୍ଦ ହେବା ଦରକାର । ଏହି ସଭାରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିବା ସହ ଜାତିବାଦୀ ବିଦ୍ବେଷ ସୃଷ୍ଟି କରୁଥିବା ନେଇ ସରକାରୀ ସହଯୋଗୀ ଦଳ ଏନସିପିକୁ ଭର୍ତ୍ସନା କରିଛନ୍ତି ।
Powered by Froala Editor