ଆଞ୍ଚଳିକ ଦଳର ପ୍ରଭାବ ରହିଛି: ବିଜେଡି

ଭୁବନେଶ୍ୱର: ଆଞ୍ଚଳିକ ଦଳର ପ୍ରଭାବ ରହିଛି । ପଶ୍ଚିମବଙ୍ଗରେ ଟିଏମସିର ବିଜୟ ପରେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗ ଧରିଥିଲେ ବି ମମତାଙ୍କ ଲ୍ୟାଣ୍ଡ ସ୍ଲାଇଡ ଭିକ୍ଟ୍ରି ହୋଇଛି । ମମତାଙ୍କ ଭୋଟ ପ୍ରତିଶତ ବଢିଛି । ଆଞ୍ଚଳିକ ଦଳ ଦବଦବା ଜାହିର କରିଛି । ଆଞ୍ଚଳିକ ଦଳର ପ୍ରଭାବ ରହିଛି ଓ ଲୋକଙ୍କ ସଦ୍ଧିଚ୍ଛା ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ।
ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ମମତାଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପାଇଁ ନବୀନ ମମତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ପ୍ରକାଶ ଯେ, ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିଲା । ନିର୍ବାଚନ ଆରମ୍ଭରୁ ସବୁଠାରୁ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ମମତା ଦିଦିଙ୍କ ‘ଖେଲା ହବେ’ ସ୍ଲୋଗାନ । ପଶ୍ଚିମବଙ୍ଗ ରାଜନୀତିକ ମଇଦାନରେ ମୋଦି ଓ ମମତାଙ୍କ ମଧ୍ୟରେ ଜମାଣିଆ ଖେଳ ବି ହେଲା । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଶତଚେଷ୍ଟା ସତ୍ୱେ ବି ପୁଣିଥରେ ପଶ୍ଚିମବଙ୍ଗରେ ମମତା ରାଜ କରିବେ । ବିଜେପି ଦୁଇ ଶତକ ମାରିବାର ସ୍ୱପ୍ନ ଦେଖିଥିବାବେଳେ ମମତାଙ୍କ ଯାଦୁରେ ବାଜି ପଲଟବାର କରିଛି । ଅର୍ଥାତ ବିଜେପି ନୁହେଁ ଟିଏମସି ହିଁ ଦୁଇଶହ ଆସନରେ ବାଜିମାତ କରିବାରେ ସମର୍ଥ ହୋଇଛି ।
Powered by Froala Editor