ନିଦରେ ନିୟନ୍ତ୍ରଣ ହରାଇଲା ଡ୍ରାଇଭର, ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ
ତାମିଲନାଡୁର ତିରୁପାଥୁରରେ ଗୋଟିଏ ପିକଅପ ଭ୍ୟାନ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଖାଇକୁ ଖସି ପଡ଼ିବାରୁ ୭ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଖବର ମିଳିଛି।
ସୂଚନା ଅନୁସାରେ, ପିକ୍ ଅପ ଭ୍ୟାନରେ ମୋଟ ୨୬ ଜଣ ଲୋକ ରହିଥିଲେ। ଏମାନେ ସମସ୍ତେ ତିରୁପାଥୁର ଜିଲ୍ଲାର ସେମବରାଇ ଗାଁରେ ଥିବା ମନ୍ଦିରକୁ ଯାଉଥିଲେ। ଭ୍ୟାନ ଡ୍ରାଇଭର ଗାଡ଼ି ଡ୍ରାଇଭିଂ କଲା ବେଳେ ତାଙ୍କ ଆଖି ଲାଗିଯିବାରୁ ସେ ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭ୍ୟାନଟି ସିଧା ଯାଇ ଇଲେକ୍ଟ୍ରିକ୍ ପୋଲ୍ରେ ପିଟି ହୋଇଥିଲା। ଘଟଣା ସ୍ଥଳରେ ୭ ଲୋକଙ୍କ ଜୀବନ ଚାଲିଯାଇଥିଲା ବୋଲି କୁହାଯାଉଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ପୁଲିସ୍ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor