ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ଥିବା ପ୍ରଭାକରଙ୍କ ମୃତ୍ୟୁ
ମୁମ୍ବାଇର କ୍ରୁଜ୍ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକର ସେଲ୍ଙ୍କ ଶୁକ୍ରବାର ପରଲୋକ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ ଚେମ୍ବୁରର ମାହୋଲ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତାଙ୍କର ହୃଦରୋଗରେ ମୃତ୍ୟୁ ହୋଇଛି । ତେବେ ପ୍ରଭାକରଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ରର ଗନ୍ଧ ବାରି ନହାନ୍ତି ପରିବାର ଲୋକେ।
ନିଜ ସ୍ତ୍ରୀ ଏବଂ ଦୁଇ ଜଣ ଛୁଆଙ୍କ ସହ ମାଙ୍କ ପାଖରେ ରହୁଥିଲେ ପ୍ରଭାକର। ତେବେ ଗାଁରୁ ପ୍ରଭାକରଙ୍କ ଭାଇ ଆସିଲେ ତାଙ୍କ ଶବ ସତ୍କାର କରାଯିବ ବୋଲି ପରିବାର ପକ୍ଷରୁ କୁହଯାଇଛି।
ବଲିଉଡ୍ ଅଭିନେତା ଶହାରୁଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ଡ୍ରଗ୍ସ୍ ମାମଲାରେ କେପି ଗୋସାୟୀ ନାମକ ଜଣେ ଯୁବକ ସାକ୍ଷୀ ଥିଲେ। ପ୍ରଭାକର କେପି ଗୋସାୟୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଥିଲେ। ଏହି ମାମଲାରେ ନିଜ ଆଡ଼ୁ ସାକ୍ଷୀ ହୋଇଥିଲେ ପ୍ରଭାକର। ପ୍ରଭାକର ଖୁଲାସା କରିଥିଲେ ଯେ, କେପି ଗୋସାୟୀ ନାମକ ଜଣେ ବ୍ୟକ୍ତିକୁ ସେ ଫୋନରେ ୨୫ କୋଟି ଡିଲ୍ କରୁଥିବାର ଶୁଣିବାକୁ ପାଇଥିଲେ ଏବଂ ଉକ୍ତ ବ୍ୟକ୍ତି ୧୮ କୋଟିରେ ଡିଲ ଫିକ୍ସ କରିବା କଥା କହୁଥିବା ମଧ୍ୟ ପ୍ରଭାକର ଶୁଣିଥିଲେ । ଗୋସାୟୀ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ୧୮ କୋଟିରୁ ୮ କୋଟି ଟଙ୍କା ଦେବାକୁ କହିଥିଲେ ବୋଲି ପ୍ରଭାକର ଦାବି କରିଥିଲେ। ଯାହାପରେ ସମୀର ଓ୍ୱାଂଖଡ଼େଙ୍କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା । ଏହି ମାମଲାରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ୍ ପ୍ରଭାକରଙ୍କୁ ପଚରାଉଚରା ପାଇଁ ମଧ୍ୟ ଡକାଇଥିଲା ।
Powered by Froala Editor