ଗରମ ଦିନରେ ଏପରି ନିଅନ୍ତୁ ଥଣ୍ଡାର ମଜା
ଗରମ ଦିନରେ ଥଣ୍ଡା ପାନୀୟ ଏବଂ ଆଇସକ୍ରୀମର ମଜା ନିଅନ୍ତି ଲୋକେ। କିନ୍ତୁ ଘରେ ଆଇସକ୍ରୀମର ସ୍ୱାଦ ଆଉ ମଜା ଅଲଗା ପ୍ରକାର ହୋଇଥାଏ। ଏହା ସ୍ୱାଦିଷ୍ଟ ସହ ଶରୀରକୁ ବି ଥଣ୍ଡା ପ୍ରଦାନ କରିଥାଏ। ତାହେଲେ ଆସନ୍ତୁ ଜାଣିବା ଆପଣ ମଲାଇ କୁଲଫି କେମିତି ପ୍ରସ୍ତୁତ କରିବେ।
ଆବଶ୍ୟକ ସାମଗ୍ରୀ :
କ୍ଷୀର – ୨ କପ୍
କ୍ରୀମ – ୧ କପ୍
କଣ୍ଡେନ୍ସଡ ମିଲ୍କ – ୧ କପ୍
ଅଳେଇଚ ପାଉଡର – ୧/୨ ଚାମଚ
ମିକ୍ସ ଡ୍ରାଏ ଫ୍ରୁଟ୍ସ – ୧/୪ କପ
କେସର – ୧୦,୧୫ ଟି
ପ୍ରସ୍ତୁତି ପ୍ରଣାଳୀ :
- ସର୍ବପ୍ରଥମେ ୧ ଚାମଚ କ୍ଷୀରରେ କେସରକୁ ୧୫ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ।
- ଏବେ ଏକ ବଡ ପାତ୍ରରେ କ୍ଷୀରକୁ ମିଡିୟମ୍ ଆଞ୍ଚରେ ରଖିଦିଅନ୍ତୁ।
- ଏଥିରେ କ୍ରୀମ ପକାଇ ଲଗାତର ଚଲାଇ ମିଶାନ୍ତୁ।
- ଏହାପରେ ଏଥିରେ କଣ୍ଡେନସଡ ମିଲ୍କ ପକାଇ ମିଶାନ୍ତୁ।
- ଏହାପରେ କେସର, ଅଳେଇଚ ପାଉଡର, ଡ୍ରାଏ ଫ୍ରୁଟ୍ସ ମିଶାନ୍ତୁ।
- ଏହାକୁ ଲଗାତର ଚଲାଇ ପୂରା ଗାଢ଼ା ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।
- ଏବେ ଏହାକୁ ଆଞ୍ଚରୁ ତଳକୁ ଓହ୍ଲାଇ ଥଣ୍ଡା କରିଦିଅନ୍ତୁ।
- ମିଶ୍ରଣ ଥଣ୍ଡା ହୋଇଗଲେ ମଟକାରେ ରଖି ଫ୍ରିଜରେ ରାତି ସାରା ସେଟ ହେବାକୁ ରଖିଦିଅନ୍ତୁ।
- ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମଟକା କୁଲଫି।
- ଅତିଥିଙ୍କୁ ଦେବା ସମୟରେ ଏହା ଉପରେ କିଛି ଡ୍ର୍ରାଏ ଫ୍ରୁଟ୍ସରେ ସଜାଇ ସର୍ଭ କରନ୍ତୁ।
Powered by Froala Editor